କବିତା

ପ୍ରୀତିପର୍ଣ୍ଣା

Kalpana Mallick's Odia Poem PRITEEPARNAA

ତମେଇ ତ ଇପ୍ସିତ ମଣିଷ ମୋର
ହୃଦୟର
ଭଲ ପାଇବାର
କବିତାର
ଜୀବନର
ଆଉ ମୋର
ଅନ୍ତିମ ଦିନର ।

ପ୍ରୀତିପର୍ଣ୍ଣା

ଅଜସ୍ର ଭଲ ପାଇବାର
ଭାଷା ସବୁ
ଏକାଠି ସଜାଡ଼ି ଦେଲି
ଶବ୍ଦରେ ଶବ୍ଦକୁ ଗୁନ୍ଥି
ମାଳାଟିଏ କଲି
ଚୁପ୍‌ଚାପ୍‌
ଏକଲା ବେଳରେ
ସଜାଇଲି
ତମ ପାଇଁ
ପ୍ରୀତିର ପାର୍ବଣ
ତମେ ଦେଖ ବା ନ ଦେଖ
ଛୁଅଁ ବା ନ ଛୁଅଁ
ବାରମ୍ୱାର ପାଇଛି ତୁମକୁ
ସ୍ୱପ୍ନର ପୃଥିବୀରେ
ଈଶ୍ୱରଟେ ପରି
ବର୍ଷା ଭିଜା ଅମାଅନ୍ଧକାରେ,
ଉଜ୍ଜ୍ୱଳ ନକ୍ଷତ୍ରଟେ ପରି
ଆଉ ମୋର କବିତାରେ
ଶବ୍ଦର ସମ୍ରାଟ ପରି ।

ତମେଇ ତ ଓଜଃସ୍ୱିନୀ
କରିଅଛ ମୋତେ
ଏ ଜନ୍ମରେ
ପୂଣ୍ୟ ଭରିଦେଇ
ପ୍ରୀତିପର୍ଣ୍ଣା
ସଜାଇଛ
ଫଗୁଣରେ ରଙ୍ଗ ମାଖି ଦେଇ ।

ତମେଇ ତ ଇପ୍ସିତ ମଣିଷ ମୋର
ହୃଦୟର
ଭଲ ପାଇବାର
କବିତାର
ଜୀବନର
ଆଉ ମୋର
ଅନ୍ତିମ ଦିନର ।

ସେ ପାଇଁ ତ
ତୁମକୁ ମୋ
କୋଟି ନମସ୍କାର ।

ଲୋକପ୍ରିୟ ଲେଖା

To Top