ଖଜୁରୀ ଗଛର କି ଗୁଣ କହିବା
ମୂଳରୁ ଖୋଲ ପାହାଚ
ଶ୍ରୀମନ୍ଦିର ପାଇଁ ଯାହା ଶୁଣାଯାଏ
ତିନୋଟି ଦଳ ସାଙ୍କୁଚ
ଲାଞ ଠାରୁ ମୁଣ୍ଡ ଖାଲି କଂଟାକଂଟା
ସମସ୍ତେ ବଣୁଆ ସିଜୁ
ତୁଛା ରାଜନିତି ଅଠା ବୋଳାବୋଳି
ଅନ୍ଧାରେ ଖାଆନ୍ତି କାଜୁ
ପାଲାଟି ଆରମ୍ଭ କଂଗ୍ରେସ କାଳରୁ
ଷାଠିଏ ଦଶକ ଠାରୁ
ବିଜେଡି ଶେଷରେ ଭାଲୁ ଲାଞଧରି
ହୁଏ ଖାଲି ଗାରୁଗାରୁ
ବିଜେପିର ଅଛି ଅଳ୍ପ ଭାଗୀଦାରୀ
ବିଜେଡି ମୂଖିଆ ସାଙ୍ଗ
ଖୋଳତାଡ କିଛି କାହିଁକି କଲେନି?
ଧରିକି ଆଇନି ମଙ୍ଗ
କେବେ ହୋଇନାହିଁ ଏବେବି ହୋଇନି
ନୀତି ନିୟମ ପାଳନ
ସବୁକିଛି ଲିପାପୋଛା ସରିଥାନ୍ତା
ନଥିଲେ ଗଣମାଧ୍ୟମ
ଚାବି ହଜିଥିଲା ଚାବି ମିଳିଗଲା
ଆଗେ ହେଉ କାରବାଇ
ସିନ୍ଧୁକ ଖୋଲିକି ସଅଳ ବତାଅ
ରତନ ଅଛି କି ନାହିଁ?
ଚାରିକୋଟି ଓଡିଆଙ୍କ ଭାବାବେଗ
ସହ ଖେଳ ଭଲ ନୁହେଁ
ଦେଶସାରା ଏବେ ରାଷ୍ଟ୍ର ହୋଇଲାଣି
ଲାଜନାହିଁ ଆମ ମୁହେଁ
ଜଗତ ନାଥକୁ ଅନାଥ କରିଛେ
ସାରା ସଂସାର ବିସ୍ମୟ
ପଣ୍ଡାଙ୍କର ବିଶୃଙ୍ଖଳ ଆଚରଣ
ନିଆଁରେ ଢାଳୁଛି ଘିଅ
ନେତାଗଣ ହୁଅ ସମ୍ବେଦନଶିଳ
ଛାଡି ବ୍ୟର୍ଥ ସ୍ୱାର୍ଥ ତର୍କ
ଓଡିଆ ଜାତିର ଗରବ ପ୍ରତୀକ
ପୁରୀକୁ ନକର ନର୍କ