କବିତା

ରାତି

Barun Kumar Das's odia poem Raati

ଡୁବି ସାରି ଥାଏ
ଛୋଟ ଝିଅ ମାନା
ହାତ ମୁଠାରେ ନେଇ
ବଡ଼ ପ୍ରତୀକ୍ଷାକୁ ।

ରାତି

ଅଭିମାନରେ
ନିଦ ଭିତରେ
ଡୁବି ସାରି ଥାଏ
ଛୋଟ ଝିଅ ମାନା
ହାତ ମୁଠାରେ ନେଇ
ବଡ଼ ପ୍ରତୀକ୍ଷାକୁ ।
ଆଉ କାହା ଲାଗି
ଉତୁରି ପଡ଼ିଥାଏ ଇସାରାରେ
ଅକୁହା କଥା ।

ନୀରବ ଇଙ୍ଗିତରେ
ଖୋଲିଯାଇ ଥାଏ
ଭାବନାର ଭୂଗୋଳ ,
ଆଖିରେ ଆଖିଏ
ପ୍ରଶ୍ନ ଚିହ୍ନର ଚିତ୍ର ।
ବାହାରେ ଅମାପ ଅନ୍ଧାର
ଲଗାମହୀନ ନୀରବତା
କାୟା ବିସ୍ତାରିଥିବା
ପରସ୍ତ ପରସ୍ତ ଶୁନ୍ୟତା ।

ଲୋକପ୍ରିୟ ଲେଖା

To Top