କବିତା

ରକ୍ତାକ୍ତ କଲମ

Sanjay Dash's odia poem Raktaakta Kalam

ଦେଖି ଦେଖି ସହେ, ଆଉ ସହି ସହି ଦେଖେ
ଏ ନିରୀହ କଲମ ।
ଚିତ୍କାର କରି କରି –
କ୍ଲାନ୍ତ ପଡିଯାଇଛି ସେ,
ପରାସ୍ତ କରିପାରେନି ଏ ବହୁରୁପୀମାନଙ୍କୁ ।

ରକ୍ତାକ୍ତ କଲମ

ପୁଳେ ମଣିଷଖିଆଙ୍କ ଆତଙ୍କବାଦ,
ନପୁଂସକ ମାନଙ୍କ ବଳାକ୍ତାର
ମୋଟା ଟଙ୍କା, ପଇସାପୂର୍ଣ୍ଣ ଚର୍ବୀ,
ଆଉ କିଛି ଧଳାଟୋପି ଗୁଡ଼ାଙ୍କର ଭୁକିବା –

ଦେଖି ଦେଖି ସହେ, ଆଉ ସହି ସହି ଦେଖେ
ଏ ନିରୀହ କଲମ ।
ଚିତ୍କାର କରି କରି –
କ୍ଲାନ୍ତ ପଡିଯାଇଛି ସେ,
ପରାସ୍ତ କରିପାରେନି ଏ ବହୁରୁପୀମାନଙ୍କୁ ।

କଲମର ଆବେଗ ବଢ଼େ ସିନା,
ତୀବ୍ରତା ମନ୍ଥରି ଯାଏ
କଲମ ଚାହେଁ ଶାନ୍ତି,
ସଭ୍ୟ, ସିଖିତ ପରିପକ୍ୱ ରାମରାଜ୍ୟ
“ଲଢି ଚାଲିଛି ସେ ଏକାକୀ, ଉର୍ଦ୍ଧଗାମୀ ହୋଇ
କାଳି ସରିବା ପର୍ଯ୍ୟନ୍ତ” ।

ଲୋକପ୍ରିୟ ଲେଖା

To Top