ଆଷାଢ଼ ମାସରେ ଲାଗଇ ଯାତରା
ନୀଳାଚଳ ଧାମ ପୁରୀରେ ,
ଲକ୍ଷ ଲକ୍ଷ ଭକ୍ତ ଭାଇ ଭଉଣୀଙ୍କୁ
ଦର୍ଶନ କରନ୍ତି ରଥରେ ।
ଯାତରା କରନ୍ତି ନିଜେ ଜଗନ୍ନାଥ,
ଭାଇ ଭଉଣୀର ସାଥିରେ,
ଛାଡ଼ି ଯାଇଛନ୍ତି ଲକ୍ଷ୍ମୀ ମାଆଙ୍କୁ ସେ
ଏକା କରି ଶ୍ରୀମନ୍ଦିରରେ ।
ଭକତଙ୍କ ଭାବ ପୋଡ଼ପିଠା ଲୋଭ
ଭୁଲେ ନାହିଁ କେବେ ସେହିରେ
ବରଷକ ଥରେ ବାହାନା କରିସେ
ବାହାରଇ ନନ୍ଦି ଘୋଷରେ ।
ଶିରିମନ୍ଦିରରୁ ବାହାରିକି ରଥ
ପହଞ୍ଚେ ଗୁଣ୍ଡିଚା ମନ୍ଦିରେ,
ଆନନ୍ଦେ ଭକତ ଟାଣିକି ନିଅନ୍ତି
ଲାଗେ ନାହିଁ ତାଙ୍କୁ ବାଧାରେ ।
ବଳଭଦ୍ର ସବା ଆଗରେ ଯାଆନ୍ତି
ଜଗନ୍ନାଥ ସବା ପଛରେ,
ସୁଭଦ୍ରା ଭଉଣୀ ମଝିରେ ଯାଆନ୍ତି
ହଜିଯିବେ ବୋଲି ଭିଡ଼ରେ ।
ମାଉସୀମା ଘରେ ପହଞ୍ଚିବା ପାଇଁ
ଲାଗିଥାଏ ଗୋଟେ ଦିନରେ,
ଭାଇ ଭଉଣୀଙ୍କୁ ଦେଖିଦେଲା ପରେ
ମାଉସୀ ହୁଅଇ ଖୁସିରେ ।
ନଅ ଦିନ ଯାକ ଏତେ ଖୁସି ହୁଏ
ପାଦ ଲାଗେ ନାହିଁ ମାଟିରେ,
ବାହୁଡ଼ିବା ଦିନ ପାଖେଇ ଆସିଲେ
ମାଉସୀ ଝରାଏ ଲୁହରେ ।
ବାହୁଡ଼ାର ଲୁହ ଖୁସି ଲୁହ ନୁହେଁ
କଇଁ କଇଁ କାନ୍ଦେ ଦୁଃଖରେ,
ଗୋଟିଏ ବରଷ ପୁଣି ଦରକାର
ଆସିବା ପାଇଁସେ ସତରେ ।
ନଅ ଦିନ ଯାକ କେମିତି କଟଇ
ଲକ୍ଷ୍ମୀ ମାଆଙ୍କର ମନ୍ଦିର ,
ସତୀ ନାରୀ ଯିଏ ସେ ଏକା ବୁଝିବ
ସ୍ୱାମୀ ବିନା କେତେ ଦୁଃଖରେ ।
ଫେରିବା ବାଟରେ ଅଭିମାନେ ଆସି
ଭାଙ୍ଗିଦିଏ ରଥ ଚକାରେ ,
କେତେ ବୁଝେଇଲା ପରେ ବୁଝିଥାନ୍ତି
ଆମ ଏଇ ଲକ୍ଷ୍ମୀ ମାଆରେ ।
ଏଆଇ ସବୁ ନାଟ ଦେଖିବା ପାଇଁକା
ହୁଅନ୍ତି ଭକତ ରୁଣ୍ଢରେ,
ସରଧାବାଲିତ ନଅ ଦିନ ପାଇଁ
ହୁଏ ଜନ ସମୁଦରରେ ।
ଓଡ଼ିଆ ମାଟିରେ ସେ ଏକା ଓଡ଼ିଆ
ଭୁଲି ନାହିଁ ପରମ୍ପରାରେ
ଭାଇ ଭଉଣୀଙ୍କୁ ଭୁଲି ନାହିଁ କେବେ
ପଡି ଯାଇ ପତ୍ନୀ ପ୍ରେମରେ ।
ପରିବାର ସ୍ନେହ ଶାନ୍ତି ଓ ମମତା
ମିଳେ ନାହିଁ କେଉଁ ସ୍ଥାନରେ,
ରକତର ଡୋରୀ ନିଶ୍ଚୟ ଟାଣିବ
ଥାଅ ତୁମେ ଯେତେ ଦୂରରେ ।