କବିତା

ସାଗରର ପ୍ରିୟା

Mrs. Paramita Mishra's odia poem saagaarara priyaa

ଅକସ୍ମାତ ସେ ବିଜୁଳିର ଚମକ
ସୁନ୍ଦରୀ ତରୁଣୀର ଆଖିର ଝଲକ
ନଦୀଗର୍ଭର ସେ ଚନ୍ଦ୍ରାଲୋକ
ଲାଗେ କୁଆଁରି ମଥାର ତିଲକ ।

ଅପେକ୍ଷାରତ ନିରଙ୍କୁଶ ଝରଣାଟିଏ
କଳକଳ ନାଦ କରି ବହି ଚାଲିଯାଏ
ନିରାକାର, ନିରବଚ୍ଛିନ୍ନ, ନିର୍ଭୟା ସେ
ଗତି ତାର କେବଳ ଅର୍ଣ୍ଣଭ ଯାଏ ।

କି ସୁନ୍ଦର ମାଧୁର୍ଯ୍ୟରେ ସେ ଆଜି ପରିପୂର୍ଣ୍ଣା
ଯୌବନ ର ମଧ୍ୟ ଭାଗ ରେ ହୋଇଛି ଉତ୍ପର୍ଣ୍ଣା
ଦେଖି ତାକୁ ବିମୋହିତ ବର୍ଷାର ପାଣି
ସ୍ଵାଗତ ଜଣାଏ ତାକୁ ଇନ୍ଦ୍ରଧନୁ ଟାଣି ।

ଅକସ୍ମାତ ସେ ବିଜୁଳିର ଚମକ
ସୁନ୍ଦରୀ ତରୁଣୀର ଆଖିର ଝଲକ
ନଦୀଗର୍ଭର ସେ ଚନ୍ଦ୍ରାଲୋକ
ଲାଗେ କୁଆଁରି ମଥାର ତିଲକ ।

ନଦୀର ଆତ୍ମା ଆଜି ସୁପ୍ତ ପ୍ରାୟ
କିନ୍ତୁ ତାର ଅପେକ୍ଷା ଶେଷ ହେବ ନିଶ୍ଚୟ
ଆତ୍ମା ତାର ଦିନେ ଜାଗୃତ ହୋଇଛି
ସାଗରକୁ ଛୁଇଁବାକୁ ମନ ହୋଇଛି ଅଥୟ ।

ଅଙ୍ଗିକାର କରୁଛି ମୁଁ ଶେଷେ
ଆଜି ନୁହେଁ ମୁଁ କାହାରି ତନୟା
ପାପୀ ହେଲେ ପଛେ ହେବି ମୁଁ
ଆଜିଠୁଁ ହେଲି ମୁଁ ସାଗରର ପ୍ରିୟା ।

ଲୋକପ୍ରିୟ ଲେଖା

To Top