କବିତା

ସାବିତ୍ରୀ

Navajyoti Rai's odia poem Sabitri

ଯେବେ ତୁମ ମଙ୍ଗଳ ମନାସି
ମୁଁ କରେ ଆରାଧନା
ଷୋହଳ ଶୃଙ୍ଗାର କରି
କରେ ତୁମର ବନ୍ଦାପନା

ସାବିତ୍ରୀ

ସେଦିନ ଯେବେ ମୁଁ
ଜିଦ୍ କରି ଯାଇଥିଲି
ତୁମ ସହ ବଣକୁ
ଲେଉଟାଇ ଆଣିଥିଲି ତୁମକୁ
ଯମ ପାଖରୁ
ତାହା କ’ଣ
ସମ୍ଭବି ଥିଲା
ମୋ ବିଦ୍‌ବତ୍ତା ନା
ବାକ୍ ଚାତୁରୀରୁ
ନା ନିଷ୍ଠାରେ କରିଥିବା
ବ୍ରତ ଓପାସରୁ
ଆଜି ବି
ଯେବେ ତୁମ ମଙ୍ଗଳ ମନାସି
ମୁଁ କରେ ଆରାଧନା
ଷୋହଳ ଶୃଙ୍ଗାର କରି
କରେ ତୁମର ବନ୍ଦାପନା
ତାହା ହିଁ କ’ଣ ସମର୍ଥ
ତୁମକୁ ଦେବାକୁ ନିରାମୟ
ଦୀର୍ଘ ଜୀବନ ।

ନା ପ୍ରିୟତମ
ପୂଜା ପ୍ରାର୍ଥନାରେ ନୁହଁ
ମୋ ନିରୁତା ପ୍ରେମର
ଗଭୀର ଆଶ୍ଳେଷରେ
ମୁଁ ନାରୀ
ନେଇଯିବି ମୋ ପ୍ରାଣର ପୁରୁଷଙ୍କୁ
ମୃତ୍ୟୁରୁ ଅମୃତକୁ ।

1 Comment

1 Comment

  1. Binay Mohapatra

    December 28, 2017 at 9:05 am

    ଖୁବ୍ ହୃଦୟସ୍ପର୍ଶି କବିତାଟି, ସୁନ୍ଦର ରଚନା ।

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top