ସମାପନ

Dr Mousumi Parida's odia poem Samaapana

ଦୀପକୁ ବେଶ୍ ସାଇତିଛି
ସେ ପବନ ଭିତରେ
ଜଙ୍ଗଲୀ ଜୀବଙ୍କଠାରୁ ବଞ୍ଚାଇ ରଖିଛି
ମଣିଷ ମାଂସର ବାସ୍ନା !

ସମାପନ

ପ୍ରଣୟର ଶୋଷ ମନତଳେ
ଜାଗର ଜାଳୁଥିଲା..କି ଅଗିରା ପୂନେଇଁ !
ଅବଶୋଷରୁ ମୁକ୍ତି ପାଇଁ
ସେ ଖୋଜୁଥିଲା ପ୍ରୟାଗ ତୀର୍ଥ,
ନା ପଙ୍କରେ ଜୀବନକୁ ସାଉଁଟି
ପଡିରହିଥିଲା କୀଟଟେ ହୋଇ!
ପୂତିଗନ୍ଧମୟ ପରିବେଶକୁ ଭାଗ୍ୟ ଭାବି
ଲୋଟିପଡିଥିଲା କୋଉ ଅନ୍ଧମୋହରେ!
ନା ସେ ଜାଣିନି..!
ବିଶ୍ୱାସ ବ୍ୟତିତ କିଛି ବି ଜାଣେନି ।
ବିଶ୍ୱାସ କଣ ବିଷାକ୍ତ ଜୀବଟିଏ!
ଛାତିଭିତରୁ କଲିଜାଟା ଟାଣିଆଣି
କ୍ଷୁଧାତୁର ଜନ୍ତୁ ଆଗକୁ ଫିଙ୍ଗିଦିଏ!

ଦୀପକୁ ବେଶ୍ ସାଇତିଛି
ସେ ପବନ ଭିତରେ
ଜଙ୍ଗଲୀ ଜୀବଙ୍କଠାରୁ ବଞ୍ଚାଇ ରଖିଛି
ମଣିଷ ମାଂସର ବାସ୍ନା !
ତେବେ କାଇଁ ଏତେ ବାଦବିବାଦ !
ଈଶ୍ୱରଙ୍କୁ ସାକ୍ଷୀ ରଖି
ସଂପର୍କକୁ ବାଣ୍ଟିଦିଅ ପରସ୍ପର ଭିତରେ !
ମଶାଣୀରେ ଦାହ କରିବାକୁ ସୁବିଧା ହେବ !
ତା ପୂର୍ବରୁ ଲିଭେଇଦିଅ ପଛରେ
ଛାଡିଆସିଥିବା ପାଦଚିହ୍ନ ସବୁ,
ନୂଆ ରାସ୍ତାରେ ଚାଲିବା ପୂର୍ବରୁ
ମଶାଣୀର ପୋଡା ପାଉଁଶକୁ
ପୋତିଦିଅ ମାଟିତଳେ !
କାଳେ ତା ଭିତରୁ
କେବେ ସ୍ମୃତିମାନେ ଚେଇଁଉଠିବେ !!

ଲୋକପ୍ରିୟ ଲେଖା

To Top