କବିତା

ସମସ୍ୟା

Nirupama Swain's odia poem Samasyaa

ଅତୀତ ବି ଦିନେ ବର୍ତ୍ତମାନ ଥିଲା
ପରିଣାମ. . . ତିକ୍ତତାର ସ୍ୱର ନେଇ
ବଞ୍ଚିବାଟା ଅସହ୍ୟ ହେଉଥିଲା
ତଥାପି. . . ଆଜିଯାଏ ବଞ୍ଚି ରହି
ଏ ଶରୀର ଶୀତେଇ ଉଠିଲା ।

ସମସ୍ୟା

କାଲି ଥିଲା ଅତୀତର
ବିମର୍ଷତା,
ଆଜି ବର୍ତ୍ତମାନର ବାହୁରେ
ଛନ୍ଦି ହେଲା
କାଲି ପୁଣି ବନ୍ଦୀ ହେବ ଭବିଷ୍ୟର
ବାଦଲ ଘେରାରେ
ଏଇ ଯାହା ହୃଦ୍‌ବୋଧ ହେଲା ।

ଅତୀତ ବି ଦିନେ ବର୍ତ୍ତମାନ ଥିଲା
ପରିଣାମ. . . ତିକ୍ତତାର ସ୍ୱର ନେଇ
ବଞ୍ଚିବାଟା ଅସହ୍ୟ ହେଉଥିଲା
ତଥାପି. . . ଆଜିଯାଏ ବଞ୍ଚି ରହି
ଏ ଶରୀର ଶୀତେଇ ଉଠିଲା ।

ବର୍ତ୍ତମାନର ଯନ୍ତ୍ରଣାଟା ସବୁଠାରୁ
ତୀବ୍ରତର, ଅଶରୀରି ସିଏ
ଇଚ୍ଛାରୂପ ଗ୍ରହଣ କରି
ଏ ହୃଦୟକୁ ଦୋହଲାଇ ଦିଏ ।
ତା’ ନିଷ୍ଠୁରତାର କଟୁକ୍ତିରେ
ଦୋହଲି ଦୋହଲି
ପୁଣି ସ୍ଥିର ହେବାକୁ ହିଁ ହୁଏ ।

ଅମରତ୍ୱ ପାଇଛି ସେ ଅବିନାଶୀ
ଅତୁଟ ସ୍ୱରୂପ
ମଣିଷର ପ୍ରତିଟି ସ୍ଥଳରେ
ଭିନ୍ନ ଭିନ୍ନ ରୂପ ଧରି
ଖେଳାଏ ତାହାକୁ, ଡମ୍ୱରୁ
ବଜାଏ ଦେଖାଏ ନିଜ ବିଶ୍ୱରୂପ ।

ଲୋକପ୍ରିୟ ଲେଖା

To Top