ଦୁଃଖ ସାଗର କୂଳରେ ରହି ମୁଁ
ସୁଖର ମୁକୁତା ଖୋଜୁଥିଲି
ମୁକ୍ତା ପାଇବା ହେଲା ଯେ ସପନ
ଶାମୁକା ବି ଖୋଜି ନ ପାଇଲି ।
ଲୁହ ନଈ କୂଳେ ଘର କରିଯିଏ
ହସର ମଳୟ ଖୋଜୁଥାଏ
ଆଖିରେ ନ ଥାଇ ଟିକିଏ ବି ନିଦ
ସୁଖ ସପନକୁ ଝୁରି ହୁଏ
ବାମନ ହୋଇ ମୁଁ ଜାଣେନା କାହିଁକି
ଚାନ୍ଦ ଧରିବି ଭାବିଥିଲି ।
ଆଶାରେ ଆଶାରେ ବିତିଗଲା କେତେ
ଦିନରାତି କେତେ ମାସବର୍ଷ
ସମୟ ସୁଅରେ ବହିଗଲା ସବୁ
ରହିଲାନି କିଛି ଅବଶେଷ
ସ୍ୱପ୍ନ ସିନା ସେ ଥିଲା ସୁନ୍ଦର
ମିଛ ଆଶା ନେଇ ଜୀଇଥିଲି ।