କବିତା

ସମ୍ପର୍କ

Prafulla Kumar Tripathy's odia poem Samparka

ମନର ସେ ନୀଳଢେଉ ବେଳା ଭୁଲିଯିବ
ଅଭୁଲା ପାଦ ଚିହ୍ନକୁ ଝଡ଼ ଶୋଷି ନେବ
ସଜଡ଼ା ସ୍ନେହରେ
କାଳେ ଲାଗିବ ଡହକ ।।

ସମ୍ପର୍କ

ଡର ଲାଗେ ଗଢ଼ିବାକୁ ମଧୁର ସମ୍ପର୍କ
ତୁଟିଗଲେ ଜୀବନଟା ଦେବ ଖାଲି ଦୁଃଖ ।।

ମନର ସେ ନୀଳଢେଉ ବେଳା ଭୁଲିଯିବ
ଅଭୁଲା ପାଦ ଚିହ୍ନକୁ ଝଡ଼ ଶୋଷି ନେବ
ସଜଡ଼ା ସ୍ନେହରେ
କାଳେ ଲାଗିବ ଡହକ ।।

ହୃଦୟକୁ କିଣିନେବ ସ୍ୱାର୍ଥର ବଳୟ
ଅହଂକାର କରିଦେବ ଭାବକୁ ବିଲୟ
କାଳେ ଛୁଇଁ ଦେବ ଆସି
ଈର୍ଷାର ପୁଲକ ।।

ଛୋଟ ମଧୁର ସମ୍ପର୍କ ଭାବତା ଗଭୀର
କେତେ ଆବେଗମୟ ତା’ ନିର୍ମଳ ଅନ୍ତର
ତଥାପି ଲାଗୁଛି ଭୟ
ରଙ୍ଗ ତା’ ଅନେକ ।।

ଲୋକପ୍ରିୟ ଲେଖା

To Top