କବିତା

ସମ୍ପର୍କ

Rukeya Jabeen's odia poem Samparka

ତଥାକଥିତ ବାହ୍ୟିକ ସୌନ୍ଦର୍ଯ୍ୟର ମାନ୍ୟତାଠୁ ଉର୍ଦ୍ଧ୍ଵରେ,
ସ୍ୱଚ୍ଛ ହୃଦୟର ସିନ୍ଦୁକରେ ଯତନେ ସାଇତା
ତୁମ ଆମ ସମ୍ପର୍କ ।

ସମ୍ପର୍କ

ବିଶ୍ୱାସର ଅମୂଲ୍ୟ ସ୍ତମ୍ଭରେ,
ଭାବନାର କୋମଳ ଶିକୁଳିରେ ବନ୍ଧା
ତୁମ ଆମ ସମ୍ପର୍କ ।

ଛଳନାର ପ୍ରତିବିମ୍ବ ଠୁ ବହୁଦୂରେ ,
ସତ୍ୟ ଆଉ ଶାଳୀନତାର ଗହଣାରେ ସଜା
ତୁମ ଆମ ସମ୍ପର୍କ ।

ତଥାକଥିତ ବାହ୍ୟିକ ସୌନ୍ଦର୍ଯ୍ୟର ମାନ୍ୟତାଠୁ ଉର୍ଦ୍ଧ୍ଵରେ,
ସ୍ୱଚ୍ଛ ହୃଦୟର ସିନ୍ଦୁକରେ ଯତନେ ସାଇତା
ତୁମ ଆମ ସମ୍ପର୍କ ।

ସବୁବେଳେ କିଛି ପାଇବାର ଆଶା ଠୁ ଦୂରେ ,
ଏକ ନିଃସର୍ତ୍ତ ସମର୍ପଣ ଛାଇରେ ସୁରକ୍ଷିତ
ତୁମ ଆମ ସମ୍ପର୍କ ।

କେଇପଦସ୍ନେହ, ଆଶ୍ୱାସନା ଭରା, ଶବ୍ଦର ଗଣ୍ଠିଲିରେ,
ଶୃଙ୍ଖଳିତ ଜଳଧାରେ , ଧୀରେ ଧୀରେ ଅଙ୍କୁରିତ
ତୁମ ଆମ ସମ୍ପର୍କ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top