କବିତା

ସନ୍ଦେଶ

Nirupama Swain's Odia Poem SANDESHA

କର୍ମକ୍ଳାନ୍ତ ଦିବସର ଶେଷ ପ୍ରହରରେ
ଶାନ୍ତିର ସନ୍ଧାନରେ ଅବା ଆଶ୍ରୟର ଅନ୍ୱେଷଣରେ
ସମାହିତ ସେଇ ବିହଙ୍ଗଦଳ
ଏକତାର ମନ୍ତ୍ର ଗାଇ ଜଗାଇ ଦିଅନ୍ତି
ମୋତେ, ସ୍ମରଣ କରାଇ ଦେଇ
ବିଶ୍ୱ ବିପ୍ଲବର ।

ସନ୍ଦେଶ

ଅନେକଥର ଜାଗ୍ରତ ହୋଇଛି ଏଇ ଅଭୀପ୍ସା
ମନରେ, ଏଇ ସ୍ୱଚ୍ଛ ପ୍ରତୀକକୁ
ହୃଦୟରେ ଆଙ୍କି ରଖିବା ପାଇଁ
ପ୍ରକୃତିର ସେଇ ଅଦ୍ଭୁତ ଛବିକୁ
ସୃଷ୍ଟିର ଲୋକଲୋଚନକୁ
ଆଣିବା ପାଇଁ ।

କର୍ମକ୍ଳାନ୍ତ ଦିବସର ଶେଷ ପ୍ରହରରେ
ଶାନ୍ତିର ସନ୍ଧାନରେ ଅବା ଆଶ୍ରୟର ଅନ୍ୱେଷଣରେ
ସମାହିତ ସେଇ ବିହଙ୍ଗଦଳ
ଏକତାର ମନ୍ତ୍ର ଗାଇ ଜଗାଇ ଦିଅନ୍ତି
ମୋତେ, ସ୍ମରଣ କରାଇ ଦେଇ
ବିଶ୍ୱ ବିପ୍ଲବର ।

ବରଷାର ଗର୍ଜନ ପୁଣି କେବେ ସୂର୍ଯ୍ୟର ଉତ୍ତପ୍ତ କିରଣ
ନୂଆଇଁପାରିନି ତାଙ୍କ ଉଚ୍ଚ ଗ୍ରୀବାକୁ
ଛୁଇଁ ବି ପାରିନି ସେଇ ମିଳିତ ସ୍ୱରକୁ
ସନ୍ଧାନୀ ସେମାନେ ଅବା ସଂଯୋଗର ସଙ୍କେତ
ନେଇ, ଉଦବୃଦ୍ଧ କରନ୍ତି ମୋତେ
ଲେଖିବାକୁ ପଦଟିଏ ଏ ବିଶ୍ୱବାସୀଙ୍କୁ ।

ତନ୍ଦ୍ରାଚ୍ଛନ୍ନ ଏଇ ଦୁଃସ୍ଥ ପ୍ରପୀଡ଼ିତ ଆବରଣ
ଭିତରୁ ବାହାରିବାର
ପ୍ରୟାସ କର “ହେ ଭାରତ ସନ୍ତାନ
ମାନବିକତାର ସ୍ୱଚ୍ଛତାରେ ରଚିବାକୁ
ସୁନ୍ଦର ସମାଜଟିଏ
ପ୍ରତିକ୍ଷଣେ ପ୍ରକୃତି ଯେ କରୁଛି ଆହ୍ୱାନ” !

ଲୋକପ୍ରିୟ ଲେଖା

To Top