କବିତା

ସନ୍ଧ୍ୟା ଆଳତି

Prakash Sahoo's odia poem Sandhya Aalati

ମୁଁ ତୋତେ ଏକଲୟ ରେ ଚାହିଁଥାଏ
ତୋର ଚକା ଆଖି ମୋତେ ଠାରୁଥାଏ
ତୋ ଖଣ୍ଡିଆ ହାତ ରେ କୋଳେଇବାକୁ

ସନ୍ଧ୍ୟା ଆଳତି

କାଳିଆ ରେ ତୋ ସହ ଦେଖା
ହୁଏ ସେହି ନିର୍ଦ୍ଧିଷ୍ଟ ସମୟ ରେ
ଗାଈ ପଲ,ପକ୍ଷୀଦଳ ଫେରିବା ବେଳେ
ମୁହଁ ସଞ୍ଜ ପଣତ କାନି ରେ
ଗୋଧୂଳି ର ମୂହଗୁଂଜା ପର୍ଵ ରେ
ସମସ୍ତେ ଯିବା ପାଇଁ ତର ତର
କିନ୍ତୁ ମୋର ଉପସ୍ଥାନ ପଡେ ତୋ ପାଖେ
ଦୁଇ ଆପଣା ଲୋକ ହେଉ ନିକଟତର
ଆକାଶ ଆଉ ମାଟି ମା ର ମଝି ରେ

ବାଦଲ ଫାଙ୍କ ରେ ରୁପା ଥାଳି
ଧରି ପୂର୍ଣିମା ର ଜହ୍ନ ଦେଖେ ଆମକୁ
ଖିଲି ଖିଲି ହସିଦେଇ କୁନି ପିଲା ପରି
ମୁହଁ ଲୁଚାଇ ଚାଲିଯାଏ ଆଢୁଆଳ କୁ
ଆକାଶ ଟା ସାରା ଫୁଟିଯାଏ ତାରାଫୁଲ
ଆଖି ମିଟ ମିଟ କରି ଠାରି ହୁଅନ୍ତି
ଆମ କୁ ଏକାଠି ଦେଖିଲା ପରେ

ମୁଁ ତୋତେ ଏକଲୟ ରେ ଚାହିଁଥାଏ
ତୋର ଚକା ଆଖି ମୋତେ ଠାରୁଥାଏ
ତୋ ଖଣ୍ଡିଆ ହାତ ରେ କୋଳେଇବାକୁ
ଠିକ ଏତିକି ବେଳେ ଶିରିଶିରି ପବନ
ଟିକେ ରହି ଆମକୁ ଦେଖେ
ଏତେ ସବୁ ଦେଖିବାକୁ ସମୟ ର
ଅଭାବ ରହିଥାଏ

ତୋ ସଂଧ୍ୟାଆଳତି ର
ବେଳ ଯେ ଗଡି ଗାଡି ଯାଏ
ତୁ ଭକ୍ତ ଙ୍କ ଗୁହାରି ଶୁଣି ଶୁଣି
କ୍ଲାନ୍ତ ହୋଇଯାଇଛୁ ବୋଲି ଧୂପ,ଦୀପ
ର ବନ୍ଦାପନା ଖାଇ ଟିକେ ବିଶ୍ରାମ
ନେବାକୁ ଗଲା ବେଳେ ମୁଁ ନେହୁରା
ହେଉଥାଏ ତୋ ଛଡା ତୁଳସୀ ପାଇଁ
ତୋର ସନ୍ଧ୍ୟା ଆଳତି ରେ….

ଲୋକପ୍ରିୟ ଲେଖା

To Top