କବିତା

ସଂଗ୍ରାମ : ଜୀବନ ନା ମୃତ୍ୟୁର

Nirupama Swain's odia poem Sangram Jeebana Na Mrutyura

ଅଜବ ପାଲଟିଯାଏ ଏ ସଂସାରଟା
ମୋ ଲାଗି ମୁହୂର୍ତ୍ତ ମଧ୍ୟରେ
ଏକଡ଼ ସେକଡ଼ ହୋଇ ଝଞ୍ଜାର ବତାସୀଟା
ମାଡ଼ିଦିଏ ମୋତେ ଅନ୍ଧାରରେ ।

ସଂଗ୍ରାମ : ଜୀବନ ନା ମୃତ୍ୟୁର

କେମିତି ବଞ୍ଚିଛି ମୁଁ ଏ ଜଡ଼ ପୃଥିବୀରେ
ନିଜେ ବି ଜାଣେନି
ଲୁହ ପିଇ, ଲହୁ ଦେଇ କେମିତି ଜାଗିଛି
ନିଜେ ଯାହା ଏ ଯାଏ ବୁଝିନି ।

ଅଜବ ପାଲଟିଯାଏ ଏ ସଂସାରଟା
ମୋ ଲାଗି ମୁହୂର୍ତ୍ତ ମଧ୍ୟରେ
ଏକଡ଼ ସେକଡ଼ ହୋଇ ଝଞ୍ଜାର ବତାସୀଟା
ମାଡ଼ିଦିଏ ମୋତେ ଅନ୍ଧାରରେ ।

ବିଚ୍ଛିନ୍ନ ହୋଇଯାଏ ଆଶା ମୋ ଠାରୁ
ମୋତେ କାହିଁ ପାଇଁ ବାଟବଣା କରେ
ସଂଗ୍ରାମର ବିରାଟ ଯୁଦ୍ଧରେ ମୁଁ ନିରସ୍ତ୍ର ହୋଇ
କାହିଁକି ଯେ ଏ ସମର କରେ ।

ଅତୀତର ମଉଳଆ କଳୀଟି ପୁଣି କେବେ କେବେ
ଝଟକିବାର ପ୍ରତିଶ୍ରୁତି  ଦେଇ ମୋତେ
ଯାହା ମନକୁ ଭୁଲାଏ
ଦିନରାତି ବର୍ତ୍ତମାନ ସହ ଯୁଝି
ଲଢ଼ିବାର ପ୍ରୟାସକୁ ମୁଁ ଜାରି ରଖିଥାଏ ।

ଜାଣେନି ମୁଁ ସଂଗ୍ରାମର ଜୀଇଁବାର
ଅବା ମରିବାର
ସବୁ କିଛି ମୋ ପାଇଁ ପ୍ରଶ୍ନବାଚୀ ଆଜି
ସମୟ ମୋ ପାଇଁ ସଦା ନିରୁତ୍ତର ।

ଏ ଜୀବନ, ମୋ ପାଇଁ ଯେ
ଏକ ଧୂଆଁଧାରର ସ୍ୱରୂପ
ଧୂଆଁ ମଧ୍ୟେ ହଜି ମୁଁ ଶ୍ୱାସରୁଦ୍ଧ ଆଜି
ଦେଖିନି ମୁଁ ଏ ଯାଏ ନିଜର ରୂପ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top