ସପନ ସଜେଇ ବସିଲା ବେଳକୁ ସପନ ଭାଙ୍ଗିଲା କିଏ
କେଉଁ ପଥେ ପୁଣିଏମିତି ପଥିକ ଶତ୍ରୁ ପାଲଟେ ମୋର
ଫୁଲବୁଣିଥିଲା ଚଲାପଥେ ପୁଣି ଧରିବାକୁ ହାତଟିଏ
ଅକାଳେ ନୁହେଁ କି ସକାଳେ ନୁହେଁ ସିଏ ମୋର ମନଚୋର ।
ଜହ୍ନ ଆଲୁଅରେ ଝାପ୍ସା ଦିଶିଲା ମତୁଆଲା ଆଖିଦୁଇ
ଢଳଢଳ ଡୋଳା ସତେ ବୁଝିନେଲା ଯେତେ ମନକଥା ମୋର
ନିକଟକୁ ଆସି ଦୁଇ ହାତ ଧରି ପ୍ରେମେ ଆଲିଙ୍ଗନ କରି
ଅଜଣା ରାଇଜେ ଆଜିହଜିଗଲା ବାକି ସ୍ୱପ୍ନ ସବୁମୋର ।
ଜହ୍ନ କି ଫଗୁଣ ଏବେ ଲାଗନ୍ତିନି ଆଗପରି ନୂଆ ନୂଆ
ପ୍ରଥମ ପ୍ରେମରେ ଚୋରୀହୋଇଗଲା ଯେତେ ପ୍ରେମଥିଲା ମୋର
ବଇଶାଖି ତାତି ସଦାଭରିଥାଏ ମନର ପ୍ରଛଦ ତଳେ
ଆଉକି ମଧୁର ହଜିଲା ପ୍ରେମରେ ଯେତେ ମିଶାଇଲେ ସ୍ଵର ।
ପ୍ରେମତ ହୁଅଇ ପ୍ରଥମ ପାଦରେ ମନରେ ଲାଗିଲେ ଡେଣା
ଆଉକି ଉନ୍ମାଦ ଅଛି ଏ ଦେହରେ ହେବି ଆଉ ବାଟବଣା ?