ସପନେ ଦେଖିଛି ତୋ କୋଳ ଝୁଲଣା
ମନେ ମୁଁ ଅଙ୍କିଛି ତୋ ଘର ଅଗଣା ।।
ତୋ କୋଳରେ ଝୁଲି ଅଗଣାରେ ବୁଲି
ଠୁକୁ ଠୁକୁ କରି ଶିଖିବି ମୁଁ ଚାଲି ।।
ଆଶା ଅଛି ମୋର ତୋ ସ୍ନେହ ଅଦରେ
ପାଳିବୁ ବୋଲି ତୁ ମୋତେ ଯତନରେ ।।
ତୋ ସ୍ନେହା ଆଦର ସରଗ ମା ମୋର
ତୋ ଠାରୁ ମୋତେ ଦୂର ତୁ ନକର ।।
ତୋ ଦୁଖ ବାଣ୍ଟିବି ହାତ ବଟେଇବି
ସୁଖେ ଦୁଖେ ତୋ ଠିଆ ମୁଁ ହେବି ।।
ଦଶ ମାସ ଦଶ ଦିନ ରଖ ତୋ ଅନ୍ତରେ
ଶତ ବର୍ଷ ମୁଁ ବିତେଇବି ତୋ ସେବାରେ ।।