ସଫଳତା କଣ’
ମୁଁ ଜାଣିଲି ବହୁତ ଡେରିରେ
ସେତେବେଳକୁ ଆଉ
କେହି ନଥିଲେ ପାଖରେ ।
ମୁଁ ଏବେ କକ୍ଷଚ୍ୟୁତ ଉଲ୍କାଟାଏ ଠାରୁ
କିଛି କମ୍ ନୁହେଁ
କେବେ, କେଉଁଠି ଖସିପଡ଼ିବି
ଅଜଣା ମତେ ସେ କଥା
ନା ମୁଁ ଏବେ ଆକାଶର
ନା ମୁଁ ଏବେ ମାଟିର
ଯୋଉଠି ପଡ଼ିବି ସେଠି
ଖାଲି ଜଳିବି ଆଉ ଜାଳିବି ।
ମନେ ପଡ଼େ
ମୁଁ ବି କେବେ ଦିନେ ହୋଇ ରହିଥିଲି
କାହାର ଆପଣାର ହୋଇ
ଆଜି କେହି ନାହିଁ ମୋର
ଆପଣାର କି ପର ହୋଇ ।