ସତ କେବେ ଲୁଚେ ନାହିଁ , ଯାହା ହୁଏ ଭଲ ପାଇଁ ।
କହିଦିଅ ଭଲପାଅ, ଆଉ ଏତେ ଲୁଚାଅନି ।
ଦୁଃଖ ଦେଇ ପାଅ କି ମଜା ?
ମୋ ପ୍ରିୟା ତୁମେ ଭାରି ଅବୁଝା ।
ଜାଣେନା ମୁଁ ତୁମକୁ କେତେ ଭଲ ଯେ ପାଉଛି !
ତଥାପି ଭଲ ଲାଗେନା ତୁମ ବିନା ମତେ କିଛି ।
ଦେଲେ ଦିଅ ଯାହାବି ସଜା,
ମୋ ପ୍ରିୟା ତୁମେ ଭାରି ଅବୁଝା ।
ଜାଣେନା ମୁ ତୁମର କିଛି ନାଁ କି ଠିକଣା !
ହେଲେ ବି ତୁମ ପ୍ରେମ ରେ ହେଲି ବାଟ ବଣା ।
ତୁମେ ରାଣୀ ମୁ ତୁମ ରାଜା ।
ମୋ ପ୍ରିୟା ତୁମେ ଭାରି ଅବୁଝା ।