କବିତା

ସତ୍ୟତା

Satyataa an odia poem by Nirupama Swain

ସବୁବେଳେ ସମୟ ଲେଖେ
ଆମ ଜୀବନ ଧାରାର ଚିତ୍ରପଟ
ଆମେ ଖାଲି ଅଭିନୟ କରୁ
ଭଲ ହେଲେ ହସି ଦେଉ
ନ ହେଲେ ମନେ ହୁଏ କଷ୍ଟ ।

ସତ୍ୟତା

‘ଶେଷ’ଟା ସବୁବେଳେ ଆରମ୍ଭରେ ଥାଏ
କେହି କିନ୍ତୁ ଦେଖିପାରେ ନାହିଁ ।
ସମୟର ଉଜାଣି ସୁଅରେ ଆପଣା ଛାଏଁ
ପ୍ରସ୍ଫୁଟିତ ହୁଏ, ବୁଝିଛ କି କେହି ।

ସବୁବେଳେ ସମୟ ଲେଖେ
ଆମ ଜୀବନ ଧାରାର ଚିତ୍ରପଟ
ଆମେ ଖାଲି ଅଭିନୟ କରୁ
ଭଲ ହେଲେ ହସି ଦେଉ
ନ ହେଲେ ମନେ ହୁଏ କଷ୍ଟ ।

କର୍ତ୍ତବ୍ୟ ପଥରେ ମାଇଲ ଖୁଣ୍ଟ ହୋଇ
ରହିଯାଏ, ହାରଜିତ ଅବା ପଶ୍ଚାତାପ
କଳ୍ପନାର ଜାଲରେ ଛନ୍ଦି ହୋଇ
କେହି ପୁଣି କରେ ଅନୁତାପ ।

ଅଦମ୍ୟ ପ୍ରଚେଷ୍ଟା କରେ ମଣିଷ
ଜୀବନରେ ଜୟୀ ହେବା ଲାଗି
ଭୁଲବଶତଃ କେବେ ଚେଷ୍ଟା ବି
ହୋଇଯାଏ ବଶ, ପରେ କାନ୍ଦେ ସେଥି ଲାଗି ।

ଆରମ୍ଭରେ ଶେଷ, ଆଉ ଶେଷରେ ଆରମ୍ଭ
ଏଇ ଜଗତର ନିଶ୍ଚିତ ଗତି ;
ଭୁଲିବନି କେବେ ୟାକୁ ଅବା ନିଜ କର୍ତ୍ତବ୍ୟକୁ
ସେଇ ତୁମ ଜୀବନର ସତ୍ୟନିଷ୍ଠ ନୀତି ।

ଲୋକପ୍ରିୟ ଲେଖା

To Top