କବିତା

ସେଇ ତ କେବଳ ତୁମେ

Binay Mohapatra's odia poem Sei Ta Kebala Tume

ନିବିଡ ତୁମର ବାହୁ ବନ୍ଧନ,
ମଧୁର ତୁମର ଚାପା ଗୁଞ୍ଜରଣ,
ଚୁପି ଚୁପି ତୁମ ପୀରତି କଥା ।
ମରମ କୁ ମୋର ଛୁଇଁ ଯାଏ ଯେବେ
ହରି ନିଏ ସବୁ ବେଦନା ବ୍ୟଥା ।
ସେଇ ତ କେବଳ ତୁମେ ।

ସେଇ ତ କେବଳ ତୁମେ

ମନ ଯଦି କେବେ କାହାକୁ ଖୋଜଇ,
ମନ ଯଦି କେବେ କାହାକୁ ଝୁରଇ,
ଶ୍ରାବଣର ଏଇ ନିଝୁମ ସନ୍ଧ୍ୟାରେ,
ସେଇ ତ କେବଳ ତୁମେ ।

କର କଙ୍କଣ ତୁମ ରୁଣୁଝୁଣୁ ନୁହେଁ,
ରିମ୍ ଝିମ୍ ସୁରେ ଗାଇ ଯାଏ ଗୀତ,
ଶ୍ରବଣରେ ମୋର ଶ୍ରାବଣ ଶାଜି
ସେଇ ତ କେବଳ ତୁମେ ।

ତୁମ ପାଦର ନୁପୂର ଛମ୍ ଛମ୍ ବାଜେ,
ହୃଦୟ ତନ୍ତ୍ରୀରେ ପୁଲ୍ଲକ ଦେଇ ।
ରୋମାଞ୍ଚିତ କରି ତନୁ ମନ ମୋର
ମନରେ ଲଗାଏ ଇନ୍ଦ୍ରଧନୁର ସାତଟି ରଙ୍ଗ ।
ସେଇ ତ କେବଳ ତୁମେ ।

ନିବିଡ ତୁମର ବାହୁ ବନ୍ଧନ,
ମଧୁର ତୁମର ଚାପା ଗୁଞ୍ଜରଣ,
ଚୁପି ଚୁପି ତୁମ ପୀରତି କଥା ।
ମରମ କୁ ମୋର ଛୁଇଁ ଯାଏ ଯେବେ
ହରି ନିଏ ସବୁ ବେଦନା ବ୍ୟଥା ।
ସେଇ ତ କେବଳ ତୁମେ ।

ଲୋକପ୍ରିୟ ଲେଖା

To Top