କବିତା

ଶବ୍ଦ ଖେଳ

ଶବ୍ଦସବୁ ବେଇମାନ
ଅକାରଣେ ହୃଦୟରୁ
ଝରାଇ ଦିଅନ୍ତି ରକ୍ତ ।

କେଉଁ ଏକ ଅସତର୍କ ମୁହୁର୍ତ୍ତରେ
ଖେଳୁଥିଲେ ଶବ୍ଦ ଖେଳ
ମୋ ସାଥୀ ସତିର୍ଥଙ୍କ ସହ ।

ଅଥଚ ଠିକଣା ବେଳରେ
ନ ଚାହୁଁଥିବେ ଶବ୍ଦମାନେ
ଧସେଇ ପଶିଲେ, ମୋ ମନର
ଗୋପନ କୋଠରୀ ମାନଙ୍କୁ ।

ଚେଷ୍ଟାକଲି ଦୁରେଇ ଦେବି
ସେଇ ସବୁ ଶବ୍ଦ, ହେଲେ ନା ଦୂର ହେଲେ
ନା ମତେ ସାନ୍ତ୍ୱନା ଦେଲେ,
କେବଳ ଦେଇଚାଲିଗଲେ ଅସରନ୍ତି ଦୁଃଖ ।

ଯଦି ଆଉ କେବେ ଜୀବନ ଟେ
ମିଳିଯାନ୍ତା ମୋତେ, ତେବେ
ଦେଖିଚାହିଁ, ଖୁଣ୍ଟିନାଣ୍ଟି ପରଖନ୍ତି
ପ୍ରଥମେ ଶବ୍ଦକୁ, ପରେଯାଇ
ବ୍ୟବହାର କରନ୍ତି ସେ ସବୁ ।
କିନ୍ତୁ ଏହା କି ସମ୍ଭବ !

“ପ୍ରତ୍ୟେକ ମଣିଷ ତା’ର ଜାଣତରେ ହେଉ ଅବା ଅଜଣାତରେ ହେଉ, ସେ ଯେଉଁ ସବୁ ଶବ୍ଦର ପ୍ରୟୋଗ କରେ ତାହା କେତେକ ଲୋକଙ୍କୁ ଖୁସିର ଖୋରାକ ଯୋଗାଉ ଥିଲାବେଳେ ଆଉକେତେକ ଲୋକଙ୍କ ଆଖିରେ ଲୁହର ଶ୍ରାବଣ ଝରାଏ । ଏଣୁ ଶବ୍ଦ ସବୁକୁ ବ୍ୟବହାର କଲାବେଳେ ସତର୍କତା ଅବଲମ୍ୱନ କରିବା ନିହାତି ଜରୁରୀ । “

ଲୋକପ୍ରିୟ ଲେଖା

To Top