କବିତା

ଶୀତଳ ଚନ୍ଦ୍ର

Ashok Biswal's odia poem Mana Aakaashara Jahna

ଏତେ ଦିନ ପରେ
ମୋତେ ନଜଣାଇ
ପୂର୍ଣ୍ଣ ଚନ୍ଦ୍ର ତ ଆସିଛି
ଅଜଣାରେ, ଗୁରୁଣ୍ଡି ଗୁରୁଣ୍ଡି ।

ଶୀତଳ ଚନ୍ଦ୍ର

ଏତେ ଦିନ ପରେ
ମୋତେ ନଜଣାଇ
ପୂର୍ଣ୍ଣ ଚନ୍ଦ୍ର ତ ଆସିଛି
ଅଜଣାରେ, ଗୁରୁଣ୍ଡି ଗୁରୁଣ୍ଡି ।

କେତେ ଶୀତଳ ଜହ୍ନର ଆଲୁଅ
ଚାରି ଆଡ ଦିନ ତ ଲାଗୁଛି
ସମସ୍ତେ ଅଛନ୍ତି ପାଖରେ
ନାହଁ ତୁମେ ତ କେଉଁଠି
ଶୀତଳ ଜହ୍ନ ଶାନ୍ତ କରୁନି ହୃଦୟ
ସବୁ ଶୁଖିଲା, ଶୁଖିଲା ଲାଗୁଛି
ଜୀବ ନାହିଁତ କେଉଁଠି
ଲାଗୁଛି ସବୁ ମରୁମୟ ।

ସବୁ ଜହ୍ନର ରାତିରେ
ତୁମେ ଥାଅ ମୋର ସହ
ଦେଖୁଥାଏ ମୁଁ ତୁମ ସୁନ୍ଦର ମୁହଁକୁ
ଜହ୍ନ ଆଲୁଅରେ
ଆଜି ନାହଁ ତୁମେ ତ ପାଖରେ
ତୁମ ବିନା
ଜହ୍ନ ଆସିପାରେ ତ କେମିତି ।

ତୁମେ ନ ଆସିଲେ
ସବୁ ଖାଲି ଖାଲି ଲାଗେ
ମନ ଲାଗେନ ତ ଜମା
ଆଖି ଭାରି ହୋଇଯାଏ
ଶରୀରରେ ଜୀବନ ନଥାଏ ।

କେମିତି ତୁମେ ରହିପାର
ଜହ୍ନ ଆସିଲେ ମୋ ବିନା ତୁମେ
କଥା କେତେ ଦେଇଥିଲ ଜହ୍ନର ଆଗରେ
କହିଥିଲ କେବେ ଭୁଲିବନି ।

ମୋର ମନ କଥା ବୁଝୁଛ କି ତୁମେ
ଆସି ଯାଅ ତୁମେ ଜହ୍ନ ସହ
ହସ ହସ ମୁହଁ ତୁମ ଫୁଟି ଉଠୁ ଜହ୍ନର ବୁକୁରେ
ଭୁଲିଯାଏ ମୁଁ ନିଜକୁ ତ ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ଲୋକପ୍ରିୟ ଲେଖା

To Top