କବିତା

ଶେଷ ସ୍ମୃତି

Balaram Khamari's odia poem Shesha Smruti

ଦେଖିଥିଲି କେତେ ସପନ
ତୁମେ ଆସିବାର ବାଟ ଚାହିଁ ଚାହିଁ ବିତିଗଲା କେତେ ଦିନ ।
ହେଲେ ଆସିଲନି ତୁମେ,
ଜଳି ପୋଡ଼ି ସବୁ ପାଉଁଶ ହେଲା ଯେ ଭାଙ୍ଗିଗଲା ମୋର ମନ ।

ଶେଷ ସ୍ମୃତି

ତୁମେ ପାଖେ ଥିଲେ ଫୁଲର ମହକ ଅକାରଣେ ଯାଏ ଭରି,
ସତେ ଯେପରି ଏ ପଉଷ ମାସରେ ବସନ୍ତ ଯାଇଛି ଭରି ।
ତୁମେ ପାଖେ ଥିଲେ କୁହୁଡ଼ି ପରିକା ମାଡ଼ି ଆସେ ସତେ ପ୍ରେମ,
ଟୋପା ଟୋପା କରି ସେନେହ ବରଷେ ଶୀତରେ ଯେପରି ହେମ ।
-X-X-X-X-X-
ଦେଖିଥିଲି କେତେ ସପନ
ତୁମେ ଆସିବାର ବାଟ ଚାହିଁ ଚାହିଁ ବିତିଗଲା କେତେ ଦିନ ।
ହେଲେ ଆସିଲନି ତୁମେ,
ଜଳି ପୋଡ଼ି ସବୁ ପାଉଁଶ ହେଲା ଯେ ଭାଙ୍ଗିଗଲା ମୋର ମନ ।
ଏବେ ଆସେ ଖାଲି ବୈଶାଖର ତାତି ଶରତର ନାହିଁ ଦେଖା,
ତୁମେ ଯେପରି ମୋତେ ଠକି ଗଲ ବସନ୍ତର ନାହିଁ ଦେଖା ।
ଲୁହ ଝରେ ଖାଲି ଦୁଇଟି ଆଖିରୁ ମେଘରୁ ବରଷା ପରି,
ଆଉ କିସ ଅଛି ଏଆଇ ଜୀବନରେ ସବୁ ତ ଯାଇଛି ସରି ।
ଏବେ ମୋତେ ମୋର ଭଙ୍ଗା ମନ କହେ ଦେ ତୋ ଜୀବନ ହାରି,
ହେଲେ ତୁମ ଏଇ ଶେଷ ସ୍ମୃତିତକ ଦିଏ ନାହିଁ ମୋତେ ମରି ।

ଲୋକପ୍ରିୟ ଲେଖା

To Top