କବିତା

ଶ୍ରାବଣ

Matrudatta Mohanty's Odia Poem Shraabana

ଖାଲି ମାଟି ନୁହେଁ ଭିଜେ ରାତି
ଭିଜେ ମୋର ପ୍ରତିଟି ସପନ ବରଷାରେ
ଶ୍ରାବଣର ମେଘ ସିନା ପୋଛିଦିଏ ଯନ୍ତ୍ରଣା ମାଟିର
ହେଲେ ବିନ୍ଦୁଟିଏ ବରଷେନା
ମୋ ମନର ନିଆଁରେ ।

ଶ୍ରାବଣ

ଜାଣେନା ମୁଁ ଲୁହ ଢାଳେ କାହା ପାଇଁ
ଏ ଶ୍ରାବଣ ରାତିରେ
ମାଟି ଭିଜୁଥାଏ ଅହରହ ବର୍ଷାରେ
ମୋ ଶେଯ ଭିଜେ
ମୋ ଆଖି ଲୁହରେ ।

ଖାଲି ମାଟି ନୁହେଁ ଭିଜେ ରାତି
ଭିଜେ ମୋର ପ୍ରତିଟି ସପନ ବରଷାରେ
ଶ୍ରାବଣର ମେଘ ସିନା ପୋଛିଦିଏ ଯନ୍ତ୍ରଣା ମାଟିର
ହେଲେ ବିନ୍ଦୁଟିଏ ବରଷେନା
ମୋ ମନର ନିଆଁରେ ।

କୋଠରୀର ଅନ୍ଧାର ସାଥିରେ
ମୁଁ ଦରାଣ୍ଡୁ ଥାଏ,
କେଜାଣି କାହାକୁ ଖୋଜୁଥାଏ
ଲାଗେ ସତେ ଖୋଜୁ ଖୋଜୁ ମୁଁ ସରିଯିବ
ପୁଣି ରାତି ମୋର ସରିଯିବ
ସାଥି ଖୋଜିବାରେ ।

ତଥାପି ଜାଣେନା ମୁଁ ଲୁହ ଢାଳେ କାହା ପାଇଁ
ଏ ଶ୍ରାବଣ ରାତିରେ !

ଲୋକପ୍ରିୟ ଲେଖା

To Top