ଶ୍ରାବଣ ଓ ଶୈଶବ

Binay Mohapatra's odia poem Shrabana O Shaishaba

ମନେ ପଡି ଯାଏ,
ପାଣି ବୋହି ଯାଏ,
ଗାଆଁ ମଝି ଦାଣ୍ଡେ ନଇ ବଢି ପରି,
ପିଣ୍ଡାରେ ବସି ବଡ ଭାଇ ସଙ୍ଗେ,
କାଗଜର ଡଙ୍ଗା ଭସାଇ ଦିଏ
ଖରସୁଆଁ ଦାଣ୍ଡ ପାଣିରେ ।

ଶ୍ରାବଣ ଓ ଶୈଶବ

ଅସରା ଅସରା
ଶ୍ରାବଣର ଏଇ ବରଷା-ରେ,
କିଛି କଥା, ମନେ ପଡୁ କି ନ ପଡୁ,
ମନେ ପଡି ଯାଏ ପିଲା ଦିନ କଥା,
କେତେ ମଜା ଆସେ
ସାଙ୍ଗ ସାଥି ମେଳେ,
ବରଷା ପାଣିରେ ଭିଜିବା-ରେ ।

ମନେ ପଡି ଯାଏ ବାପାଙ୍କ ସାଙ୍ଗ ରେ
ଘର ଫେରା ବେଳେ,
ଗୋଟିଏ ଛତା ରେ ବରଷା ବେଳ ରେ,
ନିଜେ ଭିଜି ଯାଇ ବରଷା ପାଣି ରେ
ଛତା ଟେକି ଦେଇ ମୋ ମୁଣ୍ଡ ଉପରେ
ଜାକି ଧରି ଥାନ୍ତି କତିରେ ।।

ମନେ ପଡି ଯାଏ,
ପାଣି ବୋହି ଯାଏ,
ଗାଆଁ ମଝି ଦାଣ୍ଡେ ନଇ ବଢି ପରି,
ପିଣ୍ଡାରେ ବସି ବଡ ଭାଇ ସଙ୍ଗେ,
କାଗଜର ଡଙ୍ଗା ଭସାଇ ଦିଏ
ଖରସୁଆଁ ଦାଣ୍ଡ ପାଣିରେ ।

ମୁଢି ନଡିଆର ମୁଶୁ ମୁଶୁ ମଜ୍ଜା,
ଆଜି ବି ମନରେ, ସେମିତି ସାଇତା ଅଛି,
ନାକ ଖୁସି ହୁଏ ରୋଷେଇରୁ ଯେବେ
ମାଆ ହାତ ଛଣା ଗରମ ପକୁଡି
ବାସନା ମହକି ଯାଏ ।।

ବାହାରେ ବରଷା କଳା ହାଣ୍ଡି ମେଘ
ଦାଣ୍ଡ ବାରଣ୍ଡା ରେ
ଭାଇ ଭଉଣୀଙ୍କ ମେଳ,
ଜେଜେ ମାଆର ସେ
ନରମ ଉଷୁମ କୋଳ ।

ଜେଜେ ବାପାଙ୍କର ପୁରୁଣା ଦିନର,
ତାଙ୍କ ଯୁବା ବୟସର, ବରଷା ଦିନର
କେତେ ରୋମାଞ୍ଚକ
କଥା କାହାଣୀ ର ମାଳ ।।

ବରଷା ଦିନର ପିଲା ବେଳ କଥା,
ଭୂଲି ହୁଏ ନାହିଁ ମନରେ ସାଇତା ଅଛି,
ଆସନ୍ତାନି ଥରେ ସେ ଶୈଶବ ଦିନ,
ଦି ଘଡି ପାଇଁ ଶ୍ରାବଣ ରେ ଆଜି,
ମନ ଖୋଜେ ସିନା ହଜିଲା ଦିନକୁ,
ଆସିବ କି ସତେ ଫେରି ।।

ଲୋକପ୍ରିୟ ଲେଖା

To Top