କବିତା

ଶୁଖିଲା ପତର କହେ

Ashutosh Meher's odia poem Shukhilaa Patara Kahe

ଦିନଥିଲା ଯେବେ ହସୁଥିଲି ମୁହିଁ
ସବୁଜ ପତର ରଙ୍ଗେ
ପବନରେ ହସି ଦୋଳି ଖେଳିଖେଳି
କି ସୁନ୍ଦର ଚାରୁ ଢଙ୍ଗେ ।

ଶୁଖିଲା ପତର କହେ

ସମୟ ସରିଲା ପଡିଲି ମୁଁ ଝଡି
ଶୁଖିଲା ପତର ଟି’ଏ
ଏମତି କେତେ ଆସି ଫେରିଲେଣି
ସମୟର ଧାର ସୁଏ ।

ଦିନଥିଲା ଯେବେ ହସୁଥିଲି ମୁହିଁ
ସବୁଜ ପତର ରଙ୍ଗେ
ପବନରେ ହସି ଦୋଳି ଖେଳିଖେଳି
କି ସୁନ୍ଦର ଚାରୁ ଢଙ୍ଗେ ।

ଯଉବନ ଥିଲା ଥିଲା ମାଦକତା
ଚହଟ ଚିକ୍କଣ ଦେହ
ଭରି ରହିଥିଲା ହସର ଲହଡି
ନ ଥିଲା ଯେ ଟିକେ କୋହ ।

ସେବା କରିଥିଲି ଅଜଣା ପଥିକେ
ଦେଇ ଛାୟା ସୁଶୀତଳ,
ମୋ ପାଖ ଶାଖାରେ ଫଳୁଥିଲା କେତେ
ସୁମଧୁର ମିଠା ଫଳ ।

ଦେଇବାର ମଜା ସିଏ ସିନା ଜାଣେ
ଠିଆ ହୋଇ ଦାତା ପଣେ
ନେବା ଠାରୁ ଦେବା କେତେ ଯେ ମହାନ
ଦେବା ଲୋକ ସିନା ଜାଣେ ।

ଜୀଇଁବା ମରିବା ସଭିଁଙ୍କର ଲାଗି
ଶୁଖିଲା ପତର କହେ
ଛୋଟ ହୋଇ ପାରେ ଜୀବନ ସରିତା
ଅସାର ନୁହେଁ ତା କେଭେ ।।

ଲୋକପ୍ରିୟ ଲେଖା

To Top