କବିତା

ସିଂହାସନ

Niranjana Jena's odia poem Sinhaasana

ତା’ପାଇଁ ସିଂହାସନ ଯାହା ମାଟିଗଦା ତାହା
ବିଚରା ଭୋଜରାଜର ସମସ୍ତ ପିପାସା

ସିଂହାସନ

ପ୍ରତିଷ୍ଠିତ ସିଂହାସନରୁ ଓହ୍ଲାଇଯାଏ
ସୋରିଷ କ୍ଷେତର ଖରା-
ନିର୍ବିବାଦେ ଗୋପାଳ ବାଳକ ଅଧିରୂଢ଼ ହୁଏ ମାଟିଗଦାରେ
ତା’ପାଇଁ ସିଂହାସନ ଯାହା ମାଟିଗଦା ତାହା
ବିଚରା ଭୋଜରାଜର ସମସ୍ତ ପିପାସା
ବରଫ ପାଲଟିଯାଏ ପକ୍ଷୀଙ୍କର ଗଳ୍ପ ଶୁଣୁଶୁଣୁ ।
ଶୂନ୍ୟ ପୁରୁଷକୁ ସିଂହାସନ ସମର୍ପଣ କରି
ଅନ୍ୟ ଏକ ପୁଣ୍ୟଶ୍ଳୋକର ଅପେକ୍ଷା ରଖେ ସମୟ ।

ଲୋକପ୍ରିୟ ଲେଖା

To Top