ସିପାହୀର ମା କାନ୍ଦେ ଆଜି ବସି।
ତାର ପୁଅ କଥା ଭାବି ଭାବି।
ଯେଉଁ ହାତ ରେ ସେ ସ୍ପର୍ଶ କରି,
ପାଦ ଦୁଇ ତାର ମାଗୁଥିଲା ଆଶିଷ।
ତାକୁ କିଣିନେଲା ଆଜି ଏହି ଦେଶ।
ଯେଉଁ ହାତେ ସେ ଖେଳିଥିଲା।
ଗାଁ ଦାଣ୍ଡ ର ଗୋଧୂଳି ସାଥେ।
ଆଜି ଜଗିଅଛି ଦେଶର ସୀମାକୁ,
ବିପଦରେ ଧରି ବନ୍ଧୁକ କୁ ହାତେ।
ସିପାହୀର ମା ଏରୁଣ୍ଡି କୁ ଜଗି ରହିଛି।
ଅପେକ୍ଷା କରିଛି କାଳେ ଡାକବାଲା,
କହିଦେବ ତୁମ ପୁଅ ର ଚିଠି ଆସିଛି।
ସିପାହୀର ମା ରାତିରେ ସୁଏନା,
ସୀମା ରେ ଅଛି ବୋଲି ତା ପୁଅ।
କେବେ ଫେରିଆସିବ ତାର ଜୀବନ ଧନ।
ଆଉ ରହିବନି ତାର ମନେ ଦୁଃଖ,
ତାକୁ ଦେଖି ଶୁଖିଯିବ ତା ଆଖି ର ଲୁହ ।
ସୀମାର ସହିଦ ସିପାହୀ ଙ୍କ କଥା ଶୁଣି,
ଖାଲି କହୁଅଛି ମୋ ପୁଅ କାହିଁ କାହିଁ?
ସିପାହୀର ମା ଜାଳୁଅଛି ଦୀପ,
ସବୁ ଦେବା ଦେବୀଙ୍କର ପାଦେ।
ଭଲରେ ଥାଉ ତା ଜୀବନର ଧନ,
ଫେରିଆସୁ ତାର ପାଖକୁ ନିରାପଦେ ।
ସିପାହୀରମା ପଚାରୁଛି ଏ ପ୍ରଶ୍ନ,
କିମ୍ପାଇଁ କରୁଛ ତୁମେମାନେ ଏ ଯୁଦ୍ଧ?
ମୋ ଜୀବନର ଧନ ନୀରିହ, ସରଳ
କରିନାହିଁ କେବେ କିଛି ଅପରାଧ ।
(ସହିଦ ପ୍ରଦୀପ ପଣ୍ଡାଙ୍କ ଉଦ୍ଦେଶ୍ୟରେ )