କବିତା

ସ୍ମୃତି

Kiranbala Nayak's odia poem Smruti

ସ୍ମୃତି
ସ୍ମୃତି ଏକ ନୀଳସାଗର
କେତେବେଳେ ଅସରନ୍ତି କଥାର ଭଣ୍ଡାର
ତ କେତେବେଳେ ଅବ୍ୟକ୍ତ ଶବ୍ଦର ଜୁଆର । ୨ ।

ସ୍ମୃତି

ସ୍ମୃତି
ସ୍ମୃତି ଏକ ବିରହୀ କନ୍ୟା
କେତେବେଳେ ହସର ଜୋଛନା
ତ କେତେବେଳେ ଲୁହର ବନ୍ୟା । ୧ ।

ସ୍ମୃତି
ସ୍ମୃତି ଏକ ନୀଳସାଗର
କେତେବେଳେ ଅସରନ୍ତି କଥାର ଭଣ୍ଡାର
ତ କେତେବେଳେ ଅବ୍ୟକ୍ତ ଶବ୍ଦର ଜୁଆର । ୨ ।

ସ୍ମୃତି
ସ୍ମୃତି ଏକ ଅଭିନବ ଅନୁଭୂତି
ଯିଏ ଏକ କ୍ଷୀଣଚେତନା ଚଇତି
ତ କେତେବେଳେ ମହନୀୟ ମୈତ୍ରୀ । ୩ ।

ସ୍ମୃତି
ସ୍ମୃତି ଏକ ଖୋଜି ପାଇବାର ଇଲାକା
କେତେବେଳେ ପାଇବାର ଲକ୍ଷ୍ୟ
ତ କେତେବେଳେ ହରେଇବାର ଶଙ୍କା । ୪ ।

ସ୍ମୃତି
ସ୍ମୃତି ପୁଣି ଜୀବନର ଏକ ମର୍ମ
କଳ୍ପନାର ଏକ ଧର୍ମ
ପୁଣି ନିଜକୁ ପରଖିବାର ଏକ ବଳିଷ୍ଠ ମାଧ୍ୟମ । ୫ ।

ଲୋକପ୍ରିୟ ଲେଖା

To Top