କବିତା

ସ୍ମୃତି

Lipin Rout's odia poem Smruti

ମୁଁ ଏବେ ଶାନ୍ତ ଓ ଶିଥିଳ
ଖୁସି ଓ ବିଭୋର
ଜାଣିପାରେନା ହସିବି ନା କାନ୍ଦିବି ?
କାହିଁକି ନା,
ମୁଁ ଆଜି କିଛି ପାଇଲି
ଆଉ କିଛି ହରେଇଲି ।

ସ୍ମୃତି

ସ୍ମୃତି,
ଗୋଟିଏ ଅତୀତ, ଲକ୍ଷେ ଚିହ୍ନ
ଏ ମନ ରେ
ତାକୁ ଭୁଲିବା ସହଜ ନୁହେଁ
ମୋ ପାଇଁ ବି ସେମିତି ସହଜ ନୁହେଁ
ସେ ସ୍ମୃତି ଗୁଡା କୁ ଭୁଲିବା,
ଯାହାକୁ ମୁଁ ଛାଡି ଆସିଥିଲି
ଏଇ କିଛିଦିନ ତଳେ,
କିନ୍ତୁ,ସେ ଆଜି ତାଜା
ସମ୍ପୂର୍ଣ୍ଣ ରୂପେ,
କରିଦେଲ ତୁମେ ମୋ ମନ ଓ ଆତ୍ମା କୁ
ସତେଜ, ତାକୁ ମୋ ବର୍ତ୍ତମାନ ସହ ଯୋଡି ଦେଇ ।

ମୁଁ ଏବେ ଶାନ୍ତ ଓ ଶିଥିଳ
ଖୁସି ଓ ବିଭୋର
ଜାଣିପାରେନା ହସିବି ନା କାନ୍ଦିବି ?
କାହିଁକି ନା,
ମୁଁ ଆଜି କିଛି ପାଇଲି
ଆଉ କିଛି ହରେଇଲି ।
କିଛି ମୋ ପାଇଁ ଦୃଶ୍ୟ ଥିଲେ ଆଉ କିଛି ଅଦୃଶ୍ୟ
ବୋଧହୁଏ ସେମାନେ ଥିଲେ ବିବଶ
ନିଜ ପାଖରେ, ନିଜ କର୍ତ୍ତବ୍ୟ ପାଖରେ
କିନ୍ତୁ ଦୁଃଖ ନାହିଁ,

ମୁଁ ବୁଝିପାରୁଛି,
ତାଙ୍କ ପରିସ୍ଥିତି ଓ ତାଙ୍କ ସମସ୍ୟାକୁ
ଆଉ ଗ୍ରହଣ କରୁଛି ମଧ୍ୟ
ଏ କ୍ରୁର ସତ୍ୟତାକୁ ।

ହେଇ ପୁଣି ! ସମୟ ମତେ ଡାକିଲାଣି
ହାତ ଠାରି,
ଫେରିବାକୁ ହେବ ମୋତେ ମୋ ଦୁନିଆ କୁ
ତେବେ ବିଦାୟ ନେଉଛି
ହେ ବନ୍ଧୁ !! ତୁମ ଠୁ
ଆଉ ସାଙ୍ଗ ରେ ନେଲି
ଆଜି ର ଏ ସ୍ମୃତି ସବୁ କୁ
ଜାଣେନା

ପୁଣି ଆଉ କେବେ ଦେଖା ହେବ
କି ନ ହେବ ???

ଲୋକପ୍ରିୟ ଲେଖା

To Top