କବିତା

ସ୍ମୃତି ମନେ ପଡୁଛି

Ramkrushna Dakua's odia poem Smruti Mane Paduchhi

ସାଗର କୁଳରେ ତୋର ହାତ ଧରି ଚାଲିବା
ଚାଲୁ ଚାଲୁ କେତେ କଥା ତୋତେ କହିବା
କହୁ କହୁ ସବୁ କଥା ଆପେ ଭୁଲିଯିବା
ଭୁଲା ବୋଲି କହି କହି ମୋତେ ଡାକିବା

ସ୍ମୃତି ମନେ ପଡୁଛି

କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି
ଶୋଇଲେ ଚେଇଁଲେ ଖାଲି ତୋତେ ଦେଖୁଛି
ଭୁଲିବାକୁ ଦିଏନା, ସ୍ମୃତି ମନେ ପଡୁଛି
କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି
ଭୁଲିବାକୁ ଦିଏନା, ସ୍ମୃତି ମନେ ପଡୁଛି ।

ସାଗର କୁଳରେ ତୋର ହାତ ଧରି ଚାଲିବା
ଚାଲୁ ଚାଲୁ କେତେ କଥା ତୋତେ କହିବା
କହୁ କହୁ ସବୁ କଥା ଆପେ ଭୁଲିଯିବା
ଭୁଲା ବୋଲି କହି କହି ମୋତେ ଡାକିବା
ତୋର ସେହି ଡାକକୁ ମୁଁ ଭୁଲି ପାରୁନି
କଥା ଦେଲା ପରେ ବି ଭୁଲି ପାରୁନି
କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି
କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି ।

ମାଘ ମାସ ଜାଡ଼ ଜହ୍ନର ରାତିରେ
ତୋ ସହ କଥା ହେବା ତୋ ଘର ଦୁଆରେ
ଡରି ଡରି ଥରି ଥରି ଧରିଥିଲି ହାତ
ତୋ ହାତ ସ୍ପର୍ଶରେ ଦେହେ ଲାଗିଲା ନିଆଁ
କହିଥିଲୁ ଦୁରେ ଯାଅ ପାଖକୁ ଆସନା
ଆସିଗଲି ବୋଲି କେତେ ଦୁର କଲୁ ମୋତେ
ଭୁଲିବାକୁ ଚାହିଁଲେବି ଭୁଲିପାରେନା ତୋତେ
କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି
କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି
ଭୁଲିବାକୁ ଦିଏନା, ସ୍ମୃତି ମନେ ପଡୁଛି ।

କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି
ଶୋଇଲେ ଚେଇଁଲେ ଖାଲି ତୋତେ ଦେଖୁଛି
ଭୁଲିବାକୁ ଦିଏନା, ସ୍ମୃତି ମନେ ପଡୁଛି
କଥା ଦେଲି ତୋତେ ମୁଁ, ଭୁଲିଯାଉଛି
କଥା ଦେଲା ପରେ ବେଶୀ ମନେ ପଡ଼ୁଛି
ଭୁଲିବାକୁ ଦିଏନା, ସ୍ମୃତି ମନେ ପଡୁଛି ।

ଲୋକପ୍ରିୟ ଲେଖା

To Top