କବିତା

ସ୍ମୃତି ପ୍ରେତ ହୋଇ ରହୁ

Deepak Baral's odia poem Smruti Preta Hoi Rahu

ହୁତୁ ହୁତୁ ହୋଇ ଜଳି ଉଠିଲାଣି ଜୁଇ ନିଆଁ ତାଉ ତାଉ
ଯାଉ ସେ ଜଳି ଯାଉ………………. ସ୍ମୃତି ପ୍ରେତ ହୋଇ ରହୁ

ସ୍ମୃତି ପ୍ରେତ ହୋଇ ରହୁ

ନିରାଶ୍ରୟ କରି ବାର୍ଦ୍ଧକ୍ୟ ବୟସେ
ଶୋକ ଡୋରେ ବାନ୍ଧି ଦେଇ
ଏ ମାୟା ସଂସାରୁ ଯାଉଛି ତନୟ
ଏତେ ବଡ ସ୍ନେହ ତୁଟାଇ ଦେଇ
ମଧୁ ଝରା ତୋ ମଧୁଲି ଅଧରୁ ଲୁଚିଲା ମଧୁର ହସ
ନିମିଷେ ମାତ୍ର ଲାଗିଲା ନାହିଁ ଜୁଇ କଲା ଶିରି ଶେଷ
ମାଟି ଦେହ ତୋ ଝଟକି ଉଠିଲା ସୁନା ଭଳି ଦାଉ ଦାଉ
ଯାଉ ସେ ଜଳି ଯାଉ………. ସ୍ମୃତି ପ୍ରେତ ହୋଇ ରହୁ

ପାହାନ୍ତି ଜୀବନେ ଘୋଟି ଆସେ
ଏବେ ଘନ-ଘଟା ଭୀମ ଅନ୍ଧାର
ପ୍ରଳୟଂକାରୀ ମରୁଶ୍ୱାସ ହୋଇ
ବହେ ସାଇଁ……. ସାଇଁ ସମୀର
ଅଦିନରେ ଗଛ ହେଲା ପତ୍ର ଝଡା ମେଲା ଆଖି ଖୋଜେ ଛାଇ
ହସ ତୋ ଭୁଲିବା ଦୂରେ ଥାଉ ଆଜି ଲୁହ ତୋ ପାଷୋରି ନାହିଁ
ହୁତୁ ହୁତୁ ହୋଇ ଜଳି ଉଠିଲାଣି ଜୁଇ ନିଆଁ ତାଉ ତାଉ
ଯାଉ ସେ ଜଳି ଯାଉ………………. ସ୍ମୃତି ପ୍ରେତ ହୋଇ ରହୁ

ଲୋକପ୍ରିୟ ଲେଖା

To Top