କବିତା

ଶୋଷ

ଅସ୍ତଗାମୀ ସିଗାରେଟ୍ ନିଆଁ ଅଗରେ
ଝୁଲୁଥାଏ ଛାତିର ପାଉଁଶ
ପ୍ରାୟଶ୍ଚିତ ପ୍ରାୟ ଦଗ୍‌ଧିଭୂତ
ଦୋଷାବହ ଦୋଷ
ଦାବାନଳ ଶୋଷ ।

ଶୋଷ

ଶୋଷ ମେଣ୍ଟେନା
ଥମିଯାଏ
ଚଳୁର ଚୌହଦିରେ
ଚାରିକାତ ମେଲେଇ ପଡ଼େ ସମୁଦ୍ର
ତଥାପି ନିଅଣ୍ଟ, ଅବଶୋଷ
ଶୋଷର ଅସ୍ତିତ୍ୱ ।

ଅସ୍ତଗାମୀ ସିଗାରେଟ୍ ନିଆଁ ଅଗରେ
ଝୁଲୁଥାଏ ଛାତିର ପାଉଁଶ
ପ୍ରାୟଶ୍ଚିତ ପ୍ରାୟ ଦଗ୍‌ଧିଭୂତ
ଦୋଷାବହ ଦୋଷ
ଦାବାନଳ ଶୋଷ ।

ସୁବେଳେ ଦାହ ହେଉଥାଏ
ଦେହ ଦଶବିଶା
ଶୋଷର ଦାବାନଳରେ
ଦୂଷିତ ଦହନରେ
ଆସିବାର ଆଶ୍ୱାସନାରେ
ଆହ୍ଲାଦିତ ଆବାହନୀରେ
ଅକୁଣ୍ଠିତ ଆଖିର ଆଡ଼ମ୍ୱର
ଆଉ ଶୋଷର ସମାରୋହରେ
ସାରା ଆକାଶ ବର୍ଷିଲେ ବି
ମାଟି ପରି ଫାଟିଯାଏ
ଚାତକର ଓଠ
ମରୀଚିକା ଲାଙ୍ଗୁଡ଼ରେ
ଝୁଲିଥାଏ ପୋଖରୀର ତୁଠ
ଥନ ମେଲେଇ ପଡ଼ିଥାଏ
କଳାହାଣ୍ଡି ଛାତି ପୁଣି
ତିରିଲା ପାହାଡ଼ର ଗୋଲପେଟ ।

ଜୀବନ ଠୁ’ ଭାରି ଲମ୍ୱ
ଜରାୟୁରୁ ଜୁଇଯାଏ
ଜଳଜଳ ଜଳୁଥାଏ
ତୃଷିତ ଶୋଷ
ସ୍କୁଲ୍ ହେଉକି କଲେଜ
ଘର ହେଉ କି ବାହାର
ସବୁଆଡ଼େ ପଢ଼ାହୁଏ
ଶୋଷ ପାଇଁ ପାଠ
ସ୍ନେହର ସାବଲୀଳତାରେ
ପ୍ରେମର ପରମାୟୁରେ
ଦିଶାନ୍ତ ଦିଗ୍‌ବଳୟରେ
ଦିକ୍ଷାନ୍ତ ଦର୍ଶନରେ
ତାରା ପରି ଫୁଟିଥାଏ ଶୋଷ ।

ହଜିଲା, ହେଜିଲା କି
କିଛି ହେବା କେନ୍ଦ୍ରବିନ୍ଦୁରେ
ମହିମାମୟ ମହାକାଳ
ଶୋଷର ଏ ଅଗ୍ନିବେଶ
ମଣିଷକୁ ଅହରହ ହେଉଥାଏ ଶୋଷ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top