କବିତା

ସୁକୁମାରୀ ଝିଅଟେ ସେ

Debendra Dhindaa's odia poem Sukumaari Jhiate Se

ମିଠା ବଂଶୀଟିଏ ହେବାପାଇଁ ଚାହୁଁଥିଲା ସିଏ ମୋ ସଙ୍ଗୀତର
ଚାହୁଁଥିଲା ହେବାପାଇଁ ରାଜହଂସୀଟିଏ ମୋ ସ୍ଵପ୍ନର
ବର୍ଷାଟିଏ ହେବାପାଇଁ ଚାହୁଁଥିଲା ସେ ମୋ ମରୁଭୂମି ଜୀବନର
ଶାୟାରୀଟେ ହେବାପାଇଁ ଚାହୁଁଥିଲା ମୋ ପ୍ରେମର ସତେ
ସେ ଦିନର ସେଇ ସୁକୁମାରୀ ଝିଅଟେ ।। (୨)

ସୁକୁମାରୀ ଝିଅଟେ ସେ . . .

ଆଖିରେ ରଖି ଲାଜର ଭଣ୍ଡାର
ଗୋଲାପି ଓଠରେ କିଛି ଅକୁହା କଥା
ହୃଦୟ ବୁକୁରେ ରଖି ଅନେକ ସ୍ଵପ୍ନ
କିଛି କହିବାକୁ ଚାହୁଁଥିଲା ସେ ସତେ
ସେ ଦିନର ସେଇ ସୁକୁମାରୀ ଝିଅଟେ ।। (୧)

ମିଠା ବଂଶୀଟିଏ ହେବାପାଇଁ ଚାହୁଁଥିଲା ସିଏ ମୋ ସଙ୍ଗୀତର
ଚାହୁଁଥିଲା ହେବାପାଇଁ ରାଜହଂସୀଟିଏ ମୋ ସ୍ଵପ୍ନର
ବର୍ଷାଟିଏ ହେବାପାଇଁ ଚାହୁଁଥିଲା ସେ ମୋ ମରୁଭୂମି ଜୀବନର
ଶାୟାରୀଟେ ହେବାପାଇଁ ଚାହୁଁଥିଲା ମୋ ପ୍ରେମର ସତେ
ସେ ଦିନର ସେଇ ସୁକୁମାରୀ ଝିଅଟେ ।। (୨)

ଆଖି ସାଥେ ଆଖି ମିସାଉଥିଲା ସେ
ମୁରୁକି ହସୁଥିଲା ଦେଖି ମୋତେ
ଚାଲୁ ଚାଲୁ ଟିକେ ଝୁଂଟୁଥିଲା ସିଏ
ମନ କିଣୁଥିଲା ତାର ଇଶାରାରେ
ମନେ ମନେ ସତେ ଖଜୁଥିଲା ସାଥିଟିଏ
ରଙ୍ଗ ଭରିବାକୁ ତା ଫିକା ଜୀବନରେ
ସେ ଦିନର ସେଇ ସୁକୁମାରୀ ଝିଅଟେ ।। (୩)

ସମୟର ସ୍ରୋତ, ଲୁହର ସେ ନଦୀ
ଭସାଇ ନେଇଥିଲା ସବୁ ଆଶା ଆକାଂକ୍ଷାକୁ
ବିଳମ୍ବ ହେଇଯାଇଥିଲା ମୁଁ ବୁଝିଲା ବେଳକୁ
ରାତ୍ରିର ଘନ ଅନ୍ଧକା ରେ ପ୍ରଶ୍ନ କରେ ଆଜି ବି ମୁଁ ନିଜକୁ
କ’ଣ ଆଉଥରେ ଗଢି ପାରିବକି “ ସେ ସୁକୁମାରୀ ଝିଅଟି” ତାର ସେଇ ବାଲିଘରକୁ ? ? ? (୪)

ଲୋକପ୍ରିୟ ଲେଖା

To Top