କବିତା

ଶୂନ୍ୟସ୍ଥାନ

Rajanigandha Swain's Odia Poem SHUNYAASTHAANA

ହଜାଇ ଦିଏ,
ସିଏ ଭାବନା ଦେହ କି କଲମ, ଖାତା, ଚଷମା,
ମିଳିଯାଆନ୍ତି କିଛି,
କିନ୍ତୁ ବାକି ରହିଯାଏ ଅନେକ ସ୍ଥାନ,
ଆଜି ବି ଭୁଲିଯାଏ, ସାଇତି ରଖିଥିବା
ଜିନିଷମାନଙ୍କ ଭିତରେ କେବେ ବି ମେଳ ଖାଏନି
କିନ୍ତୁ କେବେ ବି ଭୁଲିନି ତୋ କଥା
ଯାହା ମନରେ ଭରି ଦେଇଛି ଖାଲିପଣ ।

ଶୂନ୍ୟସ୍ଥାନ

ବୋଉ,
ତୁ କହୁଥିଲୁ ମୋତେ,
ନିଜ ଜିନିଷ ସାଇତି ସଜାଇ ରଖିବାକୁ,
ମନେପଡ଼େ ତୋ କଥା
ଯେତେବେଳେ ମୁଁ ରଖିଥିବା ଜିନିଷ ହଜିଯାଇ
ଅନ୍ୟ ଏକ ଜାଗା ଆବୋରି ବସେ,
ଯେଉଁ ସ୍ଥାନ ସେ ଛାଡ଼ିଲା
ସେ ସ୍ଥାନରେ ଭର୍ତ୍ତି ହୋଇଯାଏ
ଖାଲି ଶୂନ୍ୟସ୍ଥାନ !

କିନ୍ତୁ ସବୁ ସ୍ଥାନ ପୂରଣ ହୁଏନି
ଯଦି ବି ପୂରଣ ହୁଏ
ଛାଡ଼ିଯାଏ ଖାଲି ପଣ,
କେବେ ବି ଭୁଲି ହୁଏନି
ଯଦି କେହି ଆପଣାର ଛାଡ଼ି ଦେଲେ ନିଜର ସହର
ବାପା ଆଜି ନାହାନ୍ତି
ହେଲେ ଛାଡ଼ି ଯାଇଛନ୍ତି ସେହି ସ୍ଥାନ,
ସମସ୍ତେ ଝୁରନ୍ତି
କେଉଁଠି କେଜାଣି ରହିଯାଇଛି
ମୋର ବି ଝୁରି ମରିବା
ସେହି ଘର, ପିଲାଦିନ, ଧୂଳିଖେଳ, ସେହି ସକାଳ
ସବୁଦିନ ମଣିଷ କିଛି ନା କିଛି ଭୁଲି ହୋଇଯାଏ ।

ହଜାଇ ଦିଏ,
ସିଏ ଭାବନା ଦେହ କି କଲମ, ଖାତା, ଚଷମା,
ମିଳିଯାଆନ୍ତି କିଛି,
କିନ୍ତୁ ବାକି ରହିଯାଏ ଅନେକ ସ୍ଥାନ,
ଆଜି ବି ଭୁଲିଯାଏ, ସାଇତି ରଖିଥିବା
ଜିନିଷମାନଙ୍କ ଭିତରେ କେବେ ବି ମେଳ ଖାଏନି
କିନ୍ତୁ କେବେ ବି ଭୁଲିନି ତୋ କଥା
ଯାହା ମନରେ ଭରି ଦେଇଛି ଖାଲିପଣ ।

ଲୋକପ୍ରିୟ ଲେଖା

To Top