କବିତା

ସୂର୍ଯ୍ୟାସ୍ତ ପୂର୍ବରୁ

Binay Mohapatra's odia poem Surjyasta Poorbaru

ସେତେବେଳେ;
ତୁମେ ମୋର ଆହୁରି
ଅନ୍ତରଙ୍ଗ ହୋଇଉଠ,
ଏବଂ ତୁମରି ବିନା,
ଏ ଜୀବନର ମାନେ କିଛି ବି ନଥାଏ ।

ସୂର୍ଯ୍ୟାସ୍ତ ପୂର୍ବରୁ

ଯେତେବେଳେ;
ବନ୍ଧନ ସବୁ ଶିଥିଳ ହୋଇ ଆସେ,
ତୁମରି ଦେହର ମହକ,
ତୁମରି ରୂପର ଆକର୍ଷଣ,
ସେ ସବୁର କିଛି ମାନେ ନଥାଏ,

ସେତେବେଳେ;
ତୁମେ ମୋର ଆହୁରି
ଅନ୍ତରଙ୍ଗ ହୋଇଉଠ,
ଏବଂ ତୁମରି ବିନା,
ଏ ଜୀବନର ମାନେ କିଛି ବି ନଥାଏ ।

ଯେତେ ବେଳେ;
ଝିଅ ମାନେ ଶାଶୁ ଘରେ ଥା’ନ୍ତି,
ପୁଅମାନେ ବିଦେଶରେ,
ନିଜ ନିଜର ପରିବାର,
ଓ ସଂସାର ଜଞ୍ଜାଳରେ ବ୍ୟସ୍ତ,
ନାତି ନାତୁଣୀ ମାନେ,
କେବେ କେମିତି ଆସନ୍ତି,

ସେତେବେଳେ;
ତୁମେ ମୋର ଆଶାବାଡି
ଗପିବାକୁ ଏକମାତ୍ର ସାଥୀ,
ହଜି ଗଲା ଭିଜି ଗଲା,
ଦିନ ସବୁ ମନେ ପଡ଼େ,
ମୁକ୍ତା ଖୋଜୁ ଖୋଜୁ,
କେବେ ସାମୁକା ବି ମିଳେ।

ଯେତେବେଳେ;
ଦେହର ଆକର୍ଷଣ ନଥାଏ
ରୂପର ମାଧୁର୍ଯ୍ୟ ନଥାଏ,
ସମ୍ଭୋଗର ଲାଳସା ନଥାଏ,
କିଛି ପାଇବାକୁ କିଛି ଦେବାକୁ
ଆଗ୍ରହ ହୁଏନା,

ସେତେବେଳେ;
କେଜାଣି କେମିତି
କେଉଁ ଏକ ବନ୍ଧନ,
ଆମକୁ ଏକାଠି କରି ରଖିଛି,
ସାହାଯ୍ୟର ଦରକାର ନଥିଲେ ବି,
ତୁମ ବିନା ବଞ୍ଚିବା ସମ୍ଭବ ହୁଏନି ।

ଲୋକପ୍ରିୟ ଲେଖା

To Top