କବିତା

ସ୍ୱାଗତଂ ୨୦୧୮

Ramakanta Mishra's odia poem Swaagatn 2018

ଦୁଇ ହଜାର ଅଠର
ଏବେ ଏହା ବର୍ତ୍ତମାନ
ଏହାହିଁ ମୂଲ୍ୟବାନ
କର ତାର ଜୟଗାନ
ଭଲରେ କଟି ଯାଉ ଦିନ
ଇତିହାସକୁ ଗଲେବି
ମନେ ରହୁ ସବୁଦିନ ।

ସ୍ୱାଗତଂ ୨୦୧୮

୨୦୧୮
ଦୁଇ ହଜାର ଅଠର
ଉପଗତ ହେବାର
ପଠାଇ ସାରିଲାଣି ଖବର
ଏବେ କର ଆୟୋଜନ
ତା’ର ସୁଭାଗନର ।

୨୦୧୭
ଦୁଇ ହଜାର ସତର
ଯିବ ବୋଲି କରୁଛି ଗୋଳ
ବହୁ ଦିନର କୁଣିଆଁ ହୋଇ
ମନ ତାର ଭଲ ନାହିଁ
କର ଆୟୋଜନ
ତାକୁ ବିଦାୟ ଦେବାର ।

୨୦୧୬
ଦୁଇ ହଜାର ଷୋହଳ
ଭାବୁଛି ମନେ ମନେ
ମୁଁ ଦିନେ ଥିଲି ଯତନେ
ଏବେ ଇତିହାସ ହୋଇଛି
ଭାବିବାର ନାହିଁ କିଛି
ଏମିତିରେ ଦୁନିଆ ଚାଲୁଛି ।

୨୦୧ ୯
ଦୁଇ ହଜାର ଉଣେଇଶି
ରହିଛି ୩୬୫ ଦିନ ପରେ
ସମୟ ଅଛି ଏବେ ଆସିବାରେ
ଶୋଇଛି ସେ ନିଶ୍ଚିନ୍ତରେ
ଦିନ ଗଣି ଗଣି
ଭବିଷ୍ୟତର କୋଳେ ।

୨୦୧୮
ଦୁଇ ହଜାର ଅଠର
ଏବେ ଏହା ବର୍ତ୍ତମାନ
ଏହାହିଁ ମୂଲ୍ୟବାନ
କର ତାର ଜୟଗାନ
ଭଲରେ କଟି ଯାଉ ଦିନ
ଇତିହାସକୁ ଗଲେବି
ମନେ ରହୁ ସବୁଦିନ ।

ଲୋକପ୍ରିୟ ଲେଖା

To Top