କବିତା

ସ୍ୱାଧୀନତା

Navajyoti Ray's odia poem Swadhinata

ଏ ମାଟି ଏଠାରୁ ସେ ପର୍ଯ୍ୟନ୍ତ ଯାହା ଯୋଡ଼ାଯାଇଛି
ତାହା ସେମାନଙ୍କ ଘର ନୁହେଁ
ସେମାନଙ୍କ ପିଲାମାନେ ହିଁ ସେମାନଙ୍କ ଘର
ବହୁତ ବଡ଼ ଦେଶରେ ବହୁ ଲୋକଙ୍କ ଯନ୍ତ୍ରଣା

ସ୍ୱାଧୀନତା

ଚାରିଦିଗରୁ ଚାରିଦିଗ ଯାଏ
ଉଜୁଡ଼ି ଯାଇଛିବା ଘର ଛାଡ଼ି
ଲୋକେ ଯାଉଛନ୍ତି ଭିନ୍ନ ଏକ ଉଜୁଡ଼ା ଇଲାକାକୁ
ଭୋକ ଏବଂ ଅପମାନର ଠୋକର ଖାଇ
ଇତିହାସ ପୀଡ଼ାର ଇତିହାସ ତାଙ୍କୁ କହୁଛି
ଏ ମାଟି ଏଠାରୁ ସେ ପର୍ଯ୍ୟନ୍ତ ଯାହା ଯୋଡ଼ାଯାଇଛି
ତାହା ସେମାନଙ୍କ ଘର ନୁହେଁ
ସେମାନଙ୍କ ପିଲାମାନେ ହିଁ ସେମାନଙ୍କ ଘର
ବହୁତ ବଡ଼ ଦେଶରେ ବହୁ ଲୋକଙ୍କ ଯନ୍ତ୍ରଣା
ଯଦି ତାକୁ ବଡ଼ କରିପାରୁନାହିଁ
ତେବେ ମାଟିକୁ ଛୋଟେଇ ଦିଅନ୍ତି
ତା’ର ହତ୍ୟାକାରୀମାନେ
ବିକ୍ରି କରି ବିଦେଶ ପଠାଇବାକୁ
ଏ ପାହାଡ଼, ଜଙ୍ଗଲ, ସବୁଜ ପଡ଼ିଆ ସବୁ ମାଟିର
ଛୋଟ ହେଇଯାଇଛନ୍ତି ଯାହା ବଡ଼ ଦେଶ ହେବାର
ପ୍ରମାଣ ଥିଲେ ଇତିହାସରେ
ଏମାନଙ୍କର ବିଶାଳତାର ଗୁଣଗାନ ଏବେ ଶୁଭେନାହିଁ
ଦେଶର ବଡ଼ଦେଶ ହେବାର ଗୌରବ ଏବେ
ବ୍ୟକ୍ତିର ପ୍ରତିଷ୍ଠା ବଢ଼ାଏ ବିଦେଶରେ
ଦେଶର ବର୍ବରତା
ହତ୍ୟା, ନୃଶଂସ ହତ୍ୟା ଆଉ ମେଳି ଆଜି ଭାରତୀୟ
ସଂସ୍କୃତିର ମୂଲ୍ୟ ହୋଇଛି
ପୁଣି ଲୋକେ ଦୟା କରନ୍ତି ଏହା ମାନି ନେଇ
ଯେ କଷ୍ଟ ତ ଅନିବାର୍ଯ୍ୟ ଦୟାର ପାତ୍ରମାନଙ୍କୁ
ଲୁଣ୍ଠନରେ ଭୂମିର ଭିତର ପର୍ଯ୍ୟନ୍ତ ମାଟିକୁ
ଖିନ୍‌ଭିନ୍ କରି ଦିଆଯାଇଛି
ସେଥିରେ କେଉଁଠି ଗୋଟେ ବୀଜ ଥିଲା
ତାକୁ ଉଠାଇନିଅ ହାତରେ
ଆଉ ସେହି ମାଟିକୁ ବି,
ଆମେ ଭୁଲିଯାଇଛୁ ନିଜ ଭୂଗୋଳକୁ
ସବୁ ହତ୍ୟା ଆମଠାରୁ କିଛି ଦୂରରେ ହେବାର ଦିଶୁଛି
ଯେବେ କି ଏହା ହେଉଛି ଆମର ଖୁବ୍ ନିକଟରେ
ହତ୍ୟାଗୁଡ଼ିକ ମନେରହନ୍ତି କିନ୍ତୁ ମନେ ରହେନାହିଁ
ଶବ୍ଦଗୁଡ଼ିକର ମୁହଁ
ସେମାନଙ୍କ ଜୀବିତ ଫଟୋ କମ୍ ଛପାଯାଇଥିଲା
ବାରମ୍ୱାର ସେ ସୁନ୍ଦର ଚେହେରା ଦେଖାଯାଏ
ଯିଏ ଶବ ପାଖରେ ଅବଶୋଷରେ ଠିଆ ହୋଇଥିଲା
ଦିନକୁ ଦିନ ଆମେ ଜାଣିଯାଉ ତାହା ଆମର
ମୁହଁ ନଥିଲା ।

ଆଜି ଏ ମୃତ୍ୟୁର ଚାଦର ଘୋଡ଼ି ହୋଇଥିବା
ମୁହଁ ଗୁଡ଼ିକ ଅଛି ଏକା ସାଥୀରେ ରହିବାକୁ
ବଳିଯାଇଥିବା କିଛି ପ୍ରମାଣ ଏବଂ
ଯେଉଁମାନେ ଯା’କୁ ମନେ ରଖନ୍ତି ନାହିଁ
ସେମାନେ ହିଁ ଶାସନ କରୁଛନ୍ତି
ମସ୍ତକ ବିହୀନ ମଣିଷ
କାଲି ହୋଇଯିବେ କ୍ରୀତଦାସ
ଆଉ କେଉଁ ବଡ଼ ନେତାର
ଆମେ ଆମ ଦେଶର ଉଜୁଡ଼ା ଇଲାକାରୁ
ଖୋଜି ଚାଲିଥିବୁ ଆମ ଚେହେରା
– ସ୍ୱାଧୀନତା !

ଲୋକପ୍ରିୟ ଲେଖା

To Top