ବଡ଼ଦିନ କହିଅଛି
ଏକୋଇଶି ଆସୁଅଛି, କୋହଲା ପୁଷରେ ଥରିଥରି ।
କରୋନା ଏ ଦୁନିଆକୁ –
ଖାଇଲା “ତା କନିଆକୁ ” ଆସୁଛି ଏକାକୀ ଥିରି ଥିରି ।।
କୋଡିଏ ମସିହା କଥା –
ତାକୁ ଦିଏ ଭାରି ବ୍ୟଥା, ଧୈର୍ଯ୍ୟ ନାହିଁ ତାର ସହିବାକୁ ।
ଆଳୁ ପିଆଜ ର ଦର,
ତାସାଥେ କରୋନା ଡର,ଏ ସମସ୍ତ ଦୁଃଖ କହିବାକୁ ।।
କରୋନା ର ଦୁଇ ଭାଇ ,
ଲୁଚିଛନ୍ତି ଯହିଁ ତହିଁ, ପ୍ରତିଷେଧ ଟୀକାର ଡରରେ ।
କେତେବେଳେ ଆସିଯିବେ,
ଜନତାଙ୍କୁ ଗ୍ରାସିଯିବେ, ଚୋର ପରି ପଶିଯିବେ ଘରେ ।।
ସାହାସ ବାନ୍ଧିଛି ବର୍ଷ,
ସମସ୍ତଙ୍କୁ ଦେବ ହର୍ଷ, ବିଭୀଷିକା କରାଇ ଦେବନି ।
କରିବ ଭଲ ଫସଲ ,
ଶ୍ରମିକଙ୍କୁ ଦେବ ମୁଲ, ବନ୍ୟା – ବାତ୍ୟା – ମରୁଡ଼ି ହେବନି ।।
ଆସ ଆସ ନବବର୍ଷ,
ଫୁଟାଇ ମୁହଁରେ ହର୍ଷ, ସ୍ୱାଗତ କରିବୁ ଦୀପ ଜାଳି ।
ଫୁଟାଇ ବାଣ ରୋଷଣୀ,
ତୋଷିବୁ – ତ ମନଜାଣି, ଏବର୍ଷକ ପାଇଁ ତୁମ ପାଳି ।।