କବିତା

ସ୍ୱପ୍ନ

Gayatri Panda's Odia Poem SWAPNA

ଇଚ୍ଛାହୁଏ,
ଆଖିଖୋଲି ଟିକେ ଦେଖିବାକୁ
ଟିକେ ଛୁଇଁବାକୁ
ଟିକେ ଅନୁଭବ କରିବାକୁ ତୁମକୁ,
ବାହାରି ଆସି ସେ ଅନ୍ଧାରୀ ମୂଲକରୁ. . .
କିନ୍ତୁ. . . !

ସ୍ୱପ୍ନ

ନିରବ. . .
ଶୂନ୍‌ଶାନ୍‌ ରାତି. . .
ଛଟପଟ ଭାବନା ଭିତରେ ଝଲସିଯାଏ
ଆଶାର ଝଲକ,
ଅନ୍ଧାରୀ ମୂଲକରେ ଉଙ୍କିମାରେ
ଅନୁଭବି ପ୍ରୀତିର ପୁଲକ. . .
କେଜାଣି କେମିତି ଲାଗେ,
ସତେ ଯେମିତି. . .
ତୁମରି ସ୍ପର୍ଶରେ ଖେଳିଯାଏ ଅପୂର୍ବ ଶିହରଣ
ତନୁକୁ ମନ ଯାଏ. . .
ଠିକ୍ ଯେମିତି
ନିଛାଟିଆ ରାତିରେ,
ନିରବତାର ବୁକୁ ଚିରି ଚିତ୍କାର କରୁଥିବା
ଝିଙ୍କାରୀର ଝିଁ. . . ଝିଁ. . . ଶବ୍ଦ ପରି ।

ଇଚ୍ଛାହୁଏ,
ଆଖିଖୋଲି ଟିକେ ଦେଖିବାକୁ
ଟିକେ ଛୁଇଁବାକୁ
ଟିକେ ଅନୁଭବ କରିବାକୁ ତୁମକୁ,
ବାହାରି ଆସି ସେ ଅନ୍ଧାରୀ ମୂଲକରୁ. . .
କିନ୍ତୁ. . . !

ହଠାତ୍ ବଢ଼ିଯାଏ ହୃଦୟର ସ୍ପନ୍ଦନ
ଢେଉ ପରି ପିଟି ହୋଇ ଫେରିଯାଏ ଛାତିରେ
ଭାବନା ମାଳ ମାଳ,
ବିଛେଇ ହୋଇଯାଏ ମନ ତଳେ
ଭୟର ମାୟା ଜାଲ. . .
ଆଖି ଖୋଲି ଦେଲେ,
କାଳେ ତୁମେ ହଜିଯିବ
ଏ ଅନ୍ଧାରୀ ମୂଲକରୁ
ଆଉ,
କାଳେ ପାଲଟି ଯିବ ସ୍ୱପ୍ନଟିଏ. . . ।

ଲୋକପ୍ରିୟ ଲେଖା

To Top