କବିତା

ସ୍ୱପ୍ନର ପଥ

Ashok Biswal's odia poem Mana Aakaashara Jahna

କେତେ ମୁଁ ଖୋଜିଲି
ପାଉ ନଥିଲି କେଉଁଠି
କେମିତି ତୁମେ ହଜିଗଲ ?

ସ୍ୱପ୍ନର ପଥ

କେଉଁଠି ଯେ ଅଛ ତୁମେ
କେତେ ଯେ ତୁମକୁ ଖୋଜୁଛି
ଦୁନିଆର ସବୁ ଯାଗା ଖୋଜିଲିଣି
ପାଉ ନାହିଁତ ତୁମକୁ
କେଉଁଠି ତୁମେ ଲୁଚିଅଛ ।

ଖୋଜିବାକୁ ବାହାରି ପଡିଲି
ଜାଣି ମୁଁ ନଥିଲି
କେଉଁଠି ତୁମକୁ ହଜାଇ ଦେଇଛି
ଏତେ ଲମ୍ବା ରାସ୍ତା ଚାଲିବାର ବେଳେ
ଋାସ୍ତା ହଜି ଯାଇଥିଲା
ବାଟ ଜାଣି ପାରୁତ ନଥିଲି
ତୁମର ହସ ବାଟ ଦେଖାଉତ ଥିଲା ।

କେତେ ମୁଁ ଖୋଜିଲି
ପାଉ ନଥିଲି କେଉଁଠି
କେମିତି ତୁମେ ହଜିଗଲ ?

ଅନେକ ଖୋଜିଲି ତୁମକୁ
ପାଇଲି ସ୍ୱପ୍ନର ଦେଶରେ
ପାଖରେ ତୁମେ ବସି ଥାଅ
ମୋତେ ଦେଖିକରି ହସୁଥାଅ
ତୁମର ପରଶ ଲାଗିଥାଏ ଦେହରେ ତ ମୋର
ନିଃଶ୍ୱସ ତୁମ ମୋର ଶ୍ୱାସରେ ତ ଥାଏ
କେତେ ଖୁସି ମୁଁ ହୋଇଯାଉ ଥାଏ ।

ସ୍ୱପ୍ନରେ ମୁଁ ଦେଖୁଥିଲି
ରାସ୍ତାର ଧାରରେ ଠିଆ ତ ହୋଇଛ
ହାତ ମୋର ଧରି ରାସ୍ତା ପାର କରାଉତ ଅଛ
ହେବ ନାହିଁ ଆଉ ମୋଟେ ଭୁଲ ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ଲୋକପ୍ରିୟ ଲେଖା

To Top