କବିତା

ସ୍ୱପ୍ନଟିଏ ସାଜିବି

Deepak Baral's odia poem Swapnatie Saajibi

ପୂର୍ଣ୍ଣମିର ଇନ୍ଦୁ ପରି ସବୁ ରାତି ତୋ ଝରୁଥିବି
ଆଖିକୁ ତୋ ନିଦ ହେଲେ ସ୍ୱପ୍ନ ଟିଏ ସାଜିବି , ମୁ ସ୍ୱପ୍ନ ଟିଏ ସାଜିବି …

ସ୍ୱପ୍ନଟିଏ ସାଜିବି

ମୋ ନିଶ୍ୱାସରେ ଚାଲୁ ତୁ ବାଟ ମୁ ତୋର
ଯିବୁନାହି ଛାଡି କେବେ କରିଦେଇ ପର
ରହିବୁ ମୋ ସାଥି ହୋଇ ଦେ ଆଜି କଥା
ଭୁଲିବୁନି ଆସିଲେ ଯେତେ ସାରା ବାଧା
ତୋ ଖୁସିରେ ହସିବି ଦୁଃଖରେ ତୋ କାନ୍ଦିବି
ସାଥିରେ ତୋ ଚେଇଁବି ସାଥୀ ହୋଇ ଚାଲିବି
ଆଖିକୁ ତୋ ନିଦ ହେଲେ ସ୍ୱପ୍ନ ଟିଏ ସାଜିବି, ମୁ ସ୍ୱପ୍ନ ଟିଏ ସାଜିବି…

ସ୍ୱର ଠାରୁ ଦୂରେ ମୋ ଦୁନିଆ ଥିଲା ବେସୁରୀ
ତୋ ସ୍ଵରେ ଢଳି ପ୍ରିୟ ହେଲି ମୁ ବାଂଶୁରି
ଗନ୍ଧ କୁ ତୋ ଛୁଇଁ କସ୍ତୁରୀ ମୁ ହେଲି
ଫିକା ଫିକା ଥିଲି ସିନ୍ଦୁରି ସାଜିଲି
ତୋ ଆକାଶେ ମେଘ ହୋଇ ଝିପି ଝିପି ବରଷିବି
ପୂର୍ଣ୍ଣମିର ଇନ୍ଦୁ ପରି ସବୁ ରାତି ତୋ ଝରୁଥିବି
ଆଖିକୁ ତୋ ନିଦ ହେଲେ ସ୍ୱପ୍ନ ଟିଏ ସାଜିବି , ମୁ ସ୍ୱପ୍ନ ଟିଏ ସାଜିବି …

ଚାହାଣୀକୁ କାଳୀ କରି ଲେଖିଲୁ ନୂଆ କାହାଣୀ
ମୋ ହୃଦୟ କିଆରୀ ରେ ତାକୁ ଦେଲୁ ବୁଣି
ମତୁଆଲା କଲା ତୋ ଆଖିର ନିଶା
ପଢି ନେଲି ସବୁ ତୋ ମନର ଭାଷା
ତୋ ନଦୀର ଭଉଁରୀ ହୋଇ ଧୀରେ ଧୀରେ ବାହୁଥିବି
ସାଗରେ ଲହରୀ ପରି ତୋ ସାଥେ ଝୁମୁଥିବି
ଆଖିକୁ ତୋ ନିଦ ହେଲେ ସ୍ୱପ୍ନ ଟିଏ ସାଜିବି, ମୁ ସ୍ୱପ୍ନ ଟିଏ ସାଜିବି…

ଲୋକପ୍ରିୟ ଲେଖା

To Top