କବିତା

ତମ ଅବର୍ତ୍ତମାନରେ

Nilamadhab Kar's odia poem Tama Abarttamaanare

ସମୁଦ୍ର ଘୁଞ୍ଚି ଯିବା ପରେ
ଶାମୁକାର ଖୋଳ ପରି
ମୋ ଉଦାସ ଏକାକୀତ୍ୱ
ତମ ଅବର୍ତ୍ତମାନରେ

ତମ ଅବର୍ତ୍ତମାନରେ

ତମ ଅବର୍ତ୍ତମାନରେ
ମୋ ଉଦାସ ଏକାକୀତ୍ୱ
ବିଳମ୍ବିତ ଅପରାହ୍ନର ଶଯ୍ୟା
ନିରବ ପୃଥିବୀ
ହେମାଳ ସନ୍ଧ୍ୟାର ପ୍ରାନ୍ତର
ବିଜନ ବାତାୟନ
ଅପେକ୍ଷାରେ ଜଡ ଶରୀରଟେ

ଶୁଷ୍କ ଆକାଶର ଜହ୍ନ
ତୁଳା ପରି ମେଞ୍ଚା ମେଞ୍ଚା
ଝରି ଝରି ପଡୁଥିବା ବାଲିଘର
ସମୁଦ୍ର ଘୁଞ୍ଚି ଯିବା ପରେ
ଶାମୁକାର ଖୋଳ ପରି
ମୋ ଉଦାସ ଏକାକୀତ୍ୱ
ତମ ଅବର୍ତ୍ତମାନରେ

ତମେ ଯିବା ପରେ
ମୁଁ ବଞ୍ଚିଛି
ଶତକଡ଼ା ଶହେ ନୁହଁ
ଅନେଶ୍ୱତ

ଖୋଜୁଛି ମୁଁ
ହଜିଲା ମାଣିକ
ଏକା ଏକା
ଉଦାସ ମନରେ
ଶବ୍ଦରେ ଖୋଜୁଛି ତାର
ରୁପଭେକ
ପାଉନି ଏଯାଏ

ଲୋକପ୍ରିୟ ଲେଖା

To Top