କବିତା

ଠିଆ ହ’

Annapurna Mohanty's odia poem Thia Ha

ତୋ ପାଇଁ ଆକାଶଟେ
ଜରୁରୀ ମଣିବୁ ଯେତେବେଳେ
ତିଆରିବୁ ନିଜର କରି ।
କେବଳ ଦ୍ରୁମ ହେଲେ
ସରିଯାଏନି ଜୀବନ
ଅରଣ୍ୟ ଗଢ଼ି ଦେବୁ
ତୋ ନିଜ ରୁଚିର ଦୁନିଆଁରେ ।

ଠିଆ ହ'

ଏଣିକି
ତୋତେ ଠିଆ ହେବାକୁ
ପଡ଼ିବ ଝିଅ,
ନିଜକୁ ବିସ୍ତାରିତ କରିବାକୁ ହେବ
ଶାଖା ପ୍ରଶାଖା ମେଲାଇ
ଦ୍ରୁମ ପରି ଠିଆ ହେବାକୁ ହେବ ।

ତୋ ପାଇଁ ଆକାଶଟେ
ଜରୁରୀ ମଣିବୁ ଯେତେବେଳେ
ତିଆରିବୁ ନିଜର କରି ।
କେବଳ ଦ୍ରୁମ ହେଲେ
ସରିଯାଏନି ଜୀବନ
ଅରଣ୍ୟ ଗଢ଼ି ଦେବୁ
ତୋ ନିଜ ରୁଚିର ଦୁନିଆଁରେ ।

ତୁ ତୋରି କେବଳ ହୋଇ
ଠିଆ ଥିଲେ
ଦୂର, ନିକଟ ସବୁପକ୍ଷୀ
ଘେରି ରହିବେ, ତୋ ଚାରିକଡ଼େ
ଡାଳରେ ଡାହିରେ
ତୋ ଆତ୍ମାର ଅନ୍ତସ୍ଥଳକୁ
ଚିହ୍ନିନଥିବା ଚିହ୍ନରା
ପଶ୍ଚାତାପରେ ତାତୁ ଥାଉ ତ
ତତାଉ ଥାଉ ତା’ ଦୁନିଆଁ
କିଛି ଯାଏ ଆସେନା
ତୁ ଶୀତଳ ହେବୁ ମା’,
ଶୀତଳ ଦେବୁ
ଶୁଭୃବା ସ୍ୱରରେ ସାନ୍ତ୍ୱନା ଥାପି
ଥକ୍‌କିଥିବା ପଥିକକୁ ଛାଇ ବାଣ୍ଟି ଦେବୁ ।

ଦୁଃଖର ପାହାଡ଼ ଲଦି
ଜିଇବା ଜାଣିଛୁ ବୋଲି
ଜୀବନ ପରଖି ନେଲୁ
ଠିଆ ହେଲୁ ମା’
ଏ କଥା ଭୁଲିବୁନି
ଜୀବନର ଅନ୍ୟ ନାମ ଆଶା
ଅସରା ଏ ଆଶାର ଜୀବନ ।

ମରିଥିବା ମଣିଷ
ସରିଥିବା ସମୟ
ଗଡ଼ିଥିବା ପାଣି
ପାଟି ଖସାଇଥିବା କଥା
ଫେରେନି ସତ
ନୀତିହୀନ ମଣିଷଟେ
ଜୀଇଜୀଇ ମରୁଥାଏ
ଏ କ’ଣ କମ୍ କଷ୍ଟ ?

ତୁ ଜିଇ ରହ
ଜିଇବା ପରି
ବର୍ତ୍ତମାନ ଆୟୁଷ୍ମାନ ତୋର
ପଛ ଓ ଆଗରେ ଅଛି
ସତ୍ୟ ଖାଲି ସତ୍ୟ
ଠିଆ ହ’ ମା’, ସମୟର
ପ୍ରତିସ୍ଫର୍ଦ୍ଧୀ, ପ୍ରତିଦ୍ୱନ୍ଦୀପରି ।।

ଲୋକପ୍ରିୟ ଲେଖା

To Top