କବିତା

ଟିକେ ନିର୍ଜନତା

Matrudatta Mohanty's Odia Poem Tike Nirjanataa

ସେଇ ଟିକକ ପାଇନାହିଁ ବୋଲି
ବୋଧହୁଏ ଚାହିଁ ପାରିନି
କିମ୍ୱା ମନ ଖୋଲି କହିପାରିନି
ମୋ ମନ କଥା ।

ଟିକେ ନିର୍ଜନତା

ତୁମକୁ ଚାହିଁବାକୁ, ତୁମ ହସ ଟିକେ
ନିରିଖେଇ ଦେଖିବାକୁ
ତୁମ କଥା ମନେ ମନେ ଭାବିବାକୁ
ଲୋଡ଼ା ଟିକେ ନିର୍ଜନତା ।

ସେଇ ଟିକକ ପାଇନାହିଁ ବୋଲି
ବୋଧହୁଏ ଚାହିଁ ପାରିନି
କିମ୍ୱା ମନ ଖୋଲି କହିପାରିନି
ମୋ ମନ କଥା ।

ମୁଁ ତୁମକୁ ଭାବିବା ଆଗରୁ
ଭାବେ ବସି ଅହରହ
ଠେଲି ଦେବି ବହୁ ଦୂରକୁ ସବୁକିଛି ବ୍ୟସ୍ତତାକୁ
ଭିଡ଼କୁ, ହୋ’ ହଲ୍ଲାକୁ,
ତାରି ଭିତରେ ସାଉଁଟି ନେବି
ତୁମର ସ୍ମୃତି କିଛି
ନିର୍ଜନରେ ଟିକେ ତୁମ କଥା ଭାବିବାକୁ ।

ଲୋକପ୍ରିୟ ଲେଖା

To Top