କବିତା

ତିନି ପାଖୁଡ଼ାର କବିତା

ଅଚାନକ ଉଭେଇ ଗଲା
ତୁ ଆସିଲୁ ଛିଡ଼ାଇଲୁ ତା’
କଅଁଳ ଡେଣାକୁ,
ନିଷିଦ୍ଧ ଇଲାକା ଡେଇଁ

ତିନି ପାଖୁଡ଼ାର କବିତା

କ୍ଷେତ୍ରୀ
ବାଘ ପରି ଖରା
ଫାଟି ପଡ଼ିଛି ଫାଳଫାଳ
ଧାନବିଲ, ସୋରିଷ କିଆରୀ
ଝାଉଁଳିଛି, ତା’ କଅଁଳ ଆଖି
ଓଠ ଓ ନିତମ୍ୱ,
ସେଇ ଷୋଡ଼ଶୀର
ତାକୁ ଯିଏ ଭଲପାଏ
ଦେହ ମୁଣ୍ଡ ଘଷି
ତାକୁ ଯିଏ ଭଲପାଏ ଅହର୍ନିଶ
ବର୍ଷବର୍ଷ ଧରି ।

ଖରା
ସଜଫୁଟା ସକାଳ
ଅଚାନକ ଉଭେଇ ଗଲା
ତୁ ଆସିଲୁ ଛିଡ଼ାଇଲୁ ତା’
କଅଁଳ ଡେଣାକୁ,
ନିଷିଦ୍ଧ ଇଲାକା ଡେଇଁ
ଛାଇ ତା’ର ଛୁଏଁ
ତୋ’ ବାରଣ୍ଡା ପାହାଚ ବୋଲି ।

କ୍ଷୋଭ
ଆକାଶରେ ଅସମ୍ଭବ ଭିଡ଼
ଫୁଲ ଆଉ ଜହ୍ନ ମାନଙ୍କର
ଧରଣୀରେ ବିଚିତ୍ର ଜଡ଼ତା
ଧରଣୀ ଓ ଆକାଶ ମଝିରେ
ମୃତ୍ୟୁର ଭୂ-ଲୋକ
ରାସ୍ତାସବୁ କଣ୍ଟାଭର୍ତ୍ତି
ଦିଗହରା କେତେ ଯେ ପଥିକ ।

ଲୋକପ୍ରିୟ ଲେଖା

To Top