କବିତା

ତିନିଥର ଠକ ଠକ କର

Ashok Biswal's odia poem Tinithara Thak Thak Kara

ହେ ମୋର ପ୍ରିୟା
ଛାତକୁ ତିନି ଥର ଠକ ଠକ କର ଯଦି ଚାହଁ ମୋତେ
ଦୁଇଥର ପାଇପକୁ ଠକ ଠକ କର ଯଦି ତୁମ ଉତ୍ତର ନାହିଁରେ
ହେ ମୋର ମଧୁର ପ୍ରେୟସୀ ତିନିଥର ଠକଠକ କର
ଦେଖାକର ମତେ ନୃତ୍ୟଶାଳାର ରାସ୍ତାରେ ।

ତିନିଥର ଠକ ଠକ କର

ହେ ସୁନ୍ଦରୀ ତଳେ କ’ଣ ତୁମେ ଯେ କରୁଛ
ଏକାକୀ ତୁମେ ଯେ ନାଚୁଛ ପ୍ରତିଟି ରାତିରେ
ଯେତେବେଳେ ମୁଁ ତୁମର ଉପର ଘରେ ଅଛି
ଶୁଣି ପାରୁଛି ମୁଁ ତୁମର ତିଆରି ସଙ୍ଗୀତ
ଦୋଳାୟମାନ ତୁମ ଶରୀରର କମ୍ପନ ଜାଣି ମୁଁ ପାରୁଛି
ତୁମେ ମୋର ଠିକ ତଳ ମହଲାରେ
ଜାଣିନକି ତୁମେ ମୋତେ, ମୁଁ ତୁମକୁ ଭଲ ଯେ ପାଉଛି ।

ହେ ମୋର ପ୍ରିୟା
ଛାତକୁ ତିନି ଥର ଠକ ଠକ କର ଯଦି ଚାହଁ ମୋତେ
ଦୁଇଥର ପାଇପକୁ ଠକ ଠକ କର ଯଦି ତୁମ ଉତ୍ତର ନାହିଁରେ
ହେ ମୋର ମଧୁର ପ୍ରେୟସୀ ତିନିଥର ଠକଠକ କର
ଦେଖାକର ମତେ ନୃତ୍ୟଶାଳାର ରାସ୍ତାରେ ।

ଅନାଅନ୍ତ ତୁମେ ଯଦି ଝରକା ଦେଇ ଆଜିର ରାତିରେ
ମୋ ହୃଦୟ ତାରକୁ ଛୁଅନ୍ତ ଯଦି ତୁମେ ତୁମ ସଙ୍ଗୀତ ରାଗରେ
ପଢ଼ନ୍ତ ଯଦି କେତେଥର ଦେଖିଛି ମୁଁ ତୁମକୁ
ନିରବରେ ମୁଁ ତୁମକୁ କେତେ ଯେ ପ୍ରଶଂସା କରିଛି
ଆଉ ମୋ ସ୍ୱପ୍ନରେ, ଆମ ମଝିର କାନ୍ଥ ଆଜି ଭାଙ୍ଗି ତ ଯାଆନ୍ତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top