କବିତା

ତିନୋଟି କବିତା

Nrushingha Tarai's odia poem Tinoti Kabita

ମାଟି ତଳେ
ମାଟିକୁ କାମୁଡ଼ି
ଭିଡ଼ି କରେ କାବୁ
ଭିତରେ ଭିତରେ ବଢ଼ି
ଶୋଷେ ଜଳ ସବୁ ।

ତିନୋଟି କବିତା

ଚେର :-

ମାଟି ତଳେ
ମାଟିକୁ କାମୁଡ଼ି
ଭିଡ଼ି କରେ କାବୁ
ଭିତରେ ଭିତରେ ବଢ଼ି
ଶୋଷେ ଜଳ ସବୁ ।

ଝଡ଼ :-

ଦିଗ୍ ବିଦିଗେ
ବାଆ ବହେ ଅଣଚାସ ଖର
ଗଛ ଭାଙ୍ଗେ, ପତ୍ର ଝଡ଼େ
ଉପୁଡ଼େ ଝଡ଼ରେ
ମାଟି ତାଡ଼ି ଚେର ।

ସକାଳ :-

ଆରେ ସକାଳ
ଏଠି ରଖ ପାଦ
ତୋ ପାଦ ସ୍ପର୍ଶରେ
ଲିଭିଯାଉ ସବୁ ପାପ
ସବୁ ଅହଂକାର ।
କଢ଼ିଟିଏ ଫୁଟୁ-ମନର କନ୍ଦିରୁ
ସହଜ ହୋଇଯାଉ ହୃଦୟର ସ୍ପନ୍ଦନ
ଫୁଲଫୁଟୁ ଡାଳରେ ଡେମ୍ଫରେ
ମାଟି ପାଇଁ ଆକାଶରୁ
ବର୍ଷା ବୁନ୍ଦା ଝରୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top