କବିତା

ତୋ’ ପଣତ ଲୋଡ଼େ

Dr Kalpana Mallick's odia poem To Panata Lode

ଆଉ ଥରେ ଢାଙ୍କି ଦିଅନ୍ତୁନି ମା’
ମୋତେ ତୋର ପଣତ କାନିରେ
ମୋ ରୂପକୁ ଖିନ୍‌ଭିନ୍ କରୁଥିବା
କଟାକ୍ଷ ଦୃଷ୍ଟିରୁ
ଯେଦିନ ତୁ ରଖୁଥିଲୁ ଦୂରେ ।

ତୋ' ପଣତ ଲୋଡ଼େ

ଆଉ ଥରେ ଢାଙ୍କି ଦିଅନ୍ତୁନି ମା’
ମୋତେ ତୋର ପଣତ କାନିରେ
ମୋ ରୂପକୁ ଖିନ୍‌ଭିନ୍ କରୁଥିବା
କଟାକ୍ଷ ଦୃଷ୍ଟିରୁ
ଯେଦିନ ତୁ ରଖୁଥିଲୁ ଦୂରେ ।
ମୁକ୍ତିର କଥା କହି କାନେ
ଚାଲିବାର ପଥ ଦେଖାଇଲୁ,
ଫଗୁଣର କୋମଳ ଫୁଲରେ
ଏ ମୁଖରେ ହସ ଫୁଟାଇଲୁ
ବିପ୍ଳବର ରକ୍ତ ଗଙ୍ଗା ବୁହାଇଲୁ
ଏ ଦେହର ପ୍ରତି ଧମନୀରେ,
ତଥାପି ପାରୁନି ଚାଲି
ମନ ଖୋଲି ପାରୁନି ବି ହସି
ସ୍ରୋତସ୍ୱିନୀ ଗଙ୍ଗା ଏବେ
ବିଷ ପାଲଟୁଛି
ଅବିଶ୍ୱାସର ଯେତେ ଚୁକ୍ତି
ଯେତେ ସ୍ୱଗତୋକ୍ତି
ଶୈଶବଠୁ, ଏବେ ବି ବିପଦ ମୋର
ଏ ଜୀବନ, ଏ ଯୌବନ
ମୁହୂର୍ତ୍ତର ପ୍ରତିଟି ଧାରାରେ
ଶାନ୍ତିର କପୋତ ମରେ
ବଞ୍ଚିବାକୁ ଭାରି କଷ୍ଟ ଲାଗେ
ଗୁଳିଗୋଳା
କ୍ରୁର ତାଡ଼ନାରେ ।।

ଜୀଇଁବାର ପଥ ରଦ୍ଧ
ଆଗରେ ସନ୍ତ୍ରାସବାଦୀ
ଚାରିକଡ଼େ ବେଢ଼ିଛନ୍ତି ଉଗ୍ର ।
ଅବିଶ୍ୱାସର ତୀକ୍ଷ୍ଣଦଂଶନର
ଜୀବନ ମୋ ହୁଅଇ ବ୍ୟଥିତ ।
କେମିତି କହିବି କହ
ମୁକ୍ତିର ସ୍ଲୋଗାନ୍ ଦେଇ
ଏମିତି ଏ କ୍ଷତାକ୍ତ ଦେହରେ
ଶତ ଶତ ଅନୁରୋଧ,
ପୁଣିଥରେ ଫେରନ୍ତିନି
ତୋର ସେଇ ଶାନ୍ତିର କୋଳକୁ
ଅଭୟର ପଣତ କାନିକୁ
ବଞ୍ଚିବାର ଉଦ୍ଦୀପନା ନେଇ ।

ଲୋକପ୍ରିୟ ଲେଖା

To Top